Odiapua.com

ଜମିବାଡି ବିବାଦରୁ ତଣ୍ଟିଚିପି ମାରିଦେବା ନେଇ ଥାନାରେ ଅଭିଯୋଗ

କେନ୍ଦ୍ରାପଡ଼ା, ୨୩ା୫(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଞ୍ଚଳର ୨ନମ୍ବର ୱାର୍ଡ ଅନ୍ତର୍ଗତ କମାରଖଣ୍ଡି ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ମାଡ ମାରିବା ସହିତ ତଣ୍ଟିଚିପି ତାଙ୍କୁ ମାରି ଦେଇଥିବା ନେଇ ମୃତକଙ୍କ ପତ୍ନୀ ଅମ୍ବିକା ବେହେରା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ପୋଲିସ ୯୪/୨୨ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। କମାରଖଣ୍ଡି ଗ୍ରାମର ରବୀନ୍ଦ୍ର ବେହେରାଙ୍କ ସହିତ ତାଙ୍କ ପଡିଶା ଅଶୋକ ବେହେରାଙ୍କ ଜମିବାଡି ବିବାଦ ଦୀର୍ଘଦିନରୁ ରହିଆସିଛି। ସୋମବାର ରବୀନ୍ଦ୍ର ତାଙ୍କ ଜମିରେ କାର୍ଯ୍ୟ କରୁଥିବା ବେଳେ ଅପରପକ୍ଷ ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ହାତାହାତି ହୋଇଥିଲା। ଫଳରେ ଅଶୋକ ବେହେରାଙ୍କ ସମେତ ଅନ୍ୟ ୭ଜଣ ମିଳିମିଶି ରବୀନ୍ଦ୍ରଙ୍କୁ ନିସ୍ତୁକ ପିଟିବା ସହ ତଣ୍ଟିଚିପି ହତ୍ୟା କରିଥିବା ମୃତକ ରବୀନ୍ଦ୍ରଙ୍କ ପତ୍ନୀ ଅମ୍ବିକା କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଟାଉନ ଥାନା ପକ୍ଷରୁ ରବୀନ୍ଦ୍ରଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଗୈାରାଙ୍ଗ ଚରଣ ପୃଷ୍ଟିଙ୍କ ଠାରୁ ସୂଚନା ମିଳିଛି।