Odiapua.com

ଜମିବାଡି ବିବାଦରୁ ଗଣ୍ଡଗୋଳ ଘଟି ୪ଗୁରୁତ୍ତର, ଉଭୟପକ୍ଷରୁ ୨ଗିରଫ

କେନ୍ଦ୍ରାପଡା ୨୫/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦୁଇଟି ପରିବାର ମଧ୍ୟରେ ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ଘଟି ୪ଜଣ ଗୁରୁତ୍ତର ଭାବେ ଆହତ ହୋଇ ଡାକ୍ତଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଅଯୋଦ୍ଧାନଗର ଗ୍ରାମର ନିରଞ୍ଜନ ମଳିକ ଓ ବାଇଧର ମଳିକଙ୍କ ପରିବାର ମଧ୍ୟରେ ଜମିବାଡିକୁ ନେଇ ପୂର୍ବରୁ ବିବାଦ ଲାଗିରହିଥିବା ବେଳେ ବୁଧବାର ଉଭୟ ପରିବାର ମଧ୍ୟରେ ପାଟିଗୋଳ ହୋଇ ମାଡପିଟ ଆରମ୍ଭ ହୋଇଯାଇଥିଲା। ଏନେଇ ଟାଉନ ଥାନାରେ ନିରଞ୍ଜନ ମଳିକଙ୍କ ପତ୍ନୀ ସୁକାନ୍ତି ମଳିକଙ୍କ ଅଭିଯୋଗକୁ ଭିତ୍ତିକରି ୧୦୩/୨୦୨୦ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟପଟରେ ବାଇଧର ମଳିକଙ୍କ ପତ୍ନୀ ଅଞ୍ଜଳି ମଳିକଙ୍କ ଅଭିଯୋଗକୁ ଭିତ୍ତିକରି ୧୦୪/୨୦୨୦ରେ ଅନ୍ୟଏକ ମାମଲା ରୁଜୁ ହୋଇଛି। ଗୋଟିଏ ପଟରେ ବାବାଜି ମଳିକ ଓ ପ୍ରଭାତ ମଳିକ ଗୁରୁତ୍ତର ଭାବେ ଆହାତ ହୋଇଥିବା ବେଳେ ଅଞ୍ଜଳି ମଳିକଙ୍କ ଯା ଜୟନ୍ତୀ ମଳିକ ଗୁରୁତ୍ତର ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଜୟନ୍ତୀଙ୍କ ନାବାଳିକା ଝିଅକୁ ଅସଦ ବ୍ୟବହାର କରାଯାଇଥିବା ନେଇ ଅଭିଯୋଗ ଉପରେ ସଂପୃକ୍ତ ନାବାଳିକାର ୧୬୪ଧାରାରେ ମ୍ୟାଜିଷ୍ଟ୍ରେଟଙ୍କ ପାଖରେ ବୟାନ ରେକର୍ଡ କରାଯାଇଛି। ଉଭୟ ପକ୍ଷରୁ ୨ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ଟାଉନ ଥାନା ଅନ୍ତର୍ଗତ ଅଯୋଦ୍ଧାନଗର ଗ୍ରାମର ବାଇଧର ମଳିକଙ୍କ ପୁଅ ଶିବାନନ୍ଦ ମଳିକ ଓ ନିରଞ୍ଜନ ମଳିକଙ୍କ ପୁଅ ପ୍ରଫୁଲ୍ଲ ମଳିକ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।