Odiapua.com

ଜମିବାଡି ବିବାଦକୁ ନେଇ ସାହି ମଝିରେ ବୁଳିଲା ଖଣ୍ଡା

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜମିବାଡି ବିବାଦକୁ ନେଇ ସାହି ମଝିରେ ଖଣ୍ଡା ବୁଲିଛି । ତେବେ ଏହି ଘଟଣାର ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅର୍ଣ୍ଣପାଳ ଗ୍ରାମରେ ସରକାରୀ ଡ୍ରେନ୍ କାମ ଚାଲୁଥିବାବେଳେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ ଉଭୟପକ୍ଷଙ୍କ ମଧ୍ୟରେ ଖଣ୍ଡାଯୁଦ୍ଧ ଭଳି ସଂଗୀନ ପରିସ୍ଥିତି ଉପୁଜିଥିଲା । ଉଭୟପକ୍ଷଙ୍କ ଏତଲା ପରେ ଗୁଜିଦରଡା ଫାଣ୍ଡି ପକ୍ଷରୁ ୬ ଜଣଙ୍କୁ ଅଟକ ରଖାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ସ୍ଥାନୀୟ ସରପଞ୍ଚ ଓ ଗୁଜିଦରଡା ଫାଣ୍ଡି ଅଧିକାରୀ ଉଭୟପକ୍ଷଙ୍କୁ ବୁଝାସୁଝା କରି ଛାଡିଥିବାର ଜଣାପଡିଛି । ଏହି ଗଣ୍ଡଗୋଳରେ କେହି ଆହତ ହୋଇନଥିବାର ସୂଚନା ମିଳିଛି ।