Odiapua.com

ଜମିବାଡି ଚଞ୍ଚକତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ୨ଗୁରୁତର

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ଥାନା ରାଣିପୁର ଗ୍ରାମରେ ଜମିବାଡି ଚଞ୍ଚକତାକୁ ନେଇ ସଂଘବଦ୍ଧ ଆକ୍ରମଣରେ ଉଭୟ ଗୋଷ୍ଠୀର ଏକାଧିକ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି । ଥାନା ସୂତ୍ରରୁ ପ୍ରକାଶ ଗତ ୨୬ତାରିଖ ରାତି ୯ଟା ସମୟରେ ରାଣିପୁର ଗ୍ରାମର ଶାନ୍ତିଲତାଙ୍କ ୨ ବୋହୁଙ୍କୁ ସେହି ଗ୍ରାମର କିଛି ଲୋକ ନାନାଦି ଅଶିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ପ୍ରତିବାଦ କରିବାରୁ ଶାନ୍ତିଲତାଙ୍କ ସ୍ୱାମୀ ମୁରଲୀ ଓ ପୁଅ କୁ ନିରଞ୍ଜନ ନାୟକ,ଈଶ୍ୱର ନାୟକ,କାର୍ତ୍ତିକ ନାୟକ ପ୍ରମୁଖ ଠେଙ୍ଗା ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ମୁରଲୀ ଓ ପୁଅ ଭାବଗ୍ରାହୀ ଗୁରୁତର ହୋଇ କଟକରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟପକ୍ଷରେ ସେହି ଗ୍ରାମର ରାଜା ନାୟକ ତାଙ୍କ ପିତା ଓ ପରିବାର ଲୋକଙ୍କୁ ଧନେଶ୍ୱର,ଭାବଗ୍ରାହୀ ଓ ମୁରଲୀ ମାରଧର୍ କରି ମୋବାଇଲ,ଟଙ୍କା ଓ ସୁନାଚେନ ଛଡ଼ାଇ ନେଇଥିବାର ଆଭିଯୋଗ ହୋଇଛି । ଉଭୟ ଅଭିଯୋଗକୁ ଭିର୍ତ୍ତି କରି ପୋଲିସ ୨ଗୋଟି ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।