Odiapua.com

ଜମିଜମା ବିବାଦକୁ ନେଇ ମାରପିଟ ଓ ଘରଭାଙ୍ଗି ଅଭିଯୋଗ

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜମିଜମା ବିବାଦକୁ ନେଇ ମାରପିଟ,ଧାରୁଆଅସ୍ତ୍ରରେ ଆକ୍ରମଣ ସାଥୀକୁ ଘରଭାଙ୍ଗି ଅଭିଯୋଗ ଆସିଛି । ଏମିତି ଅଭିଯୋଗ ବାସୁଦେବପୁର ଥାନା ଅଧିନ ବ୍ରାହ୍ମଣଗାଁ ସାହୁସାହିର ବୋଲି ଜଣାପଡିଛି । ଅଭିଯୋଗ ମୁତାବକ,ମନୋରମା ସାହୁ ଓ ପୁଷ୍ପଲତା ସାହୁଙ୍କ ପରିବାର ମଧ୍ୟରେ ଜମିଜମା ବିବାଦ ଲାଗିରହିଥିଲା । ଯାହାକୁ ନେଇ ବଚସା ପରେ ମାରପିଟର ରୁପ ନେଇଥିଲା । ମାରପିଟ ସମୟରେ ପୁଷ୍ପଲତାଙ୍କ ପୁଅକୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଥିବାରୁ ଆକ୍ରୋଶ ମୁତାବକ ଅପରପକ୍ଷ ମନୋରମାଙ୍କ ଆଜବେଷ୍ଟସ ଘରକୁ ଭାଙ୍ଗି ଦେଇଥିବାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗକୁ ଭିତି କରି ପୋଲିସ ତଦନ୍ତ କରିବା ସହିତ ଏହି ଘଟଣାରେ ସଂପୃକ୍ତ ତିନିଜଣଙ୍କୁ ଅଟକ ରଖିଛି ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ ଜିତେନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ଗୁରୁତର ପୁଷ୍ପଲତାଙ୍କ ଡପୁଅ ଉମାକାନ୍ତ ଗୁରୁତର ଭାବରେ ଚିକିତ୍ସାଧିନ ରହିଥିବା ପୋଲିସ କହିଛି।