Odiapua.com

ଜବାହର ନବୋଦୟ ବିଦ୍ୟାଳୟ ରୁ ୪ଫୁଟ ଲମ୍ବର ବିଷଧର ନାଗସାପ ଉଦ୍ଧାର,ଅଳ୍ପକେ ବର୍ତିଲେ ଛାତ୍ର ଛାତ୍ରୀ

ମାଲକାନଗିରି,୧୨ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ଜବାହାର ନବୋଦୟ ବିଦ୍ୟାଳୟ ପରିସରରୁ ୪ଫୁଟ ଲମ୍ବର ଏକ ବିଷଧର ନାଗସାପ ଉଦ୍ଧାର ହୋଇଛି । ଏହି ସାପ ଉଦ୍ଧାର ହେବାପରେ ଅଳ୍ପକେ ବର୍ତି ଯାଇଛନ୍ତି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ । ଆଜି ଅପରାହ୍ନରେ ବିଦ୍ୟାଳୟର କିଛି ଛାତ୍ର କ୍ଲାସରୁମ ବାହାରକୁ ଯାଉଥିବା ବେଳେ ବିଦ୍ୟାଳୟ ଭିତରକୁ ଏକ ନାଗ ସାପ ପସିଆସୁଥିବାର ଦେଖି ଭୟଭିତ ହୋଇ ଚିକ୍ରାର କରି ଧାଁ ଦୌଡକରିଥିଲେ । ଅନ୍ୟକିଛି ଛାତ୍ର ଏ ସଂପର୍କରେ ଶିକ୍ଷକ ଙ୍କୁ ଜଣାଇବାରୁ ଶିକ୍ଷକ ସ୍ନେକ ହେଲ୍ପଲାଇନକୁ ଫୋନକରିବାରୁ ସଙ୍ଗେ ସଙ୍ଗେ ସ୍ନେକ ହେଲପ ଲାଇନର ସ୍ନେହାଶିଶ ନାୟକ ସେଠାରେ ପହଁଚି ଯାଇଥିଲେ । ସାପ ଭୟରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କ୍ଲାସ ରୁମଭିତରେ କବାଟ ଦେଇ ରହି ଯାଇଥି୍‌ଲେ ।ସାପଟି ଧରିବା ପରେ ଉଦ୍ଧାର ନାଗ ସାପକୁ ଦେଖିବା ପାଇଁ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀମାନଙ୍କ ଭିଡ ଜମି ଯାଇଥିଲା । ଉଦ୍ଧାର ନାଗ ସାପଟିକୁ ସ୍ନେକହେଲପ୍ ଲାଇନ ଓ ବନକର୍ମଚାରି ମାନେ ମାଲ୍ୟବନ୍ତ ପାହଡରେ ନେଇ ଛାଡି ଦେଇଛନ୍ତି । ଗତ କିଛି ଦିନହେଲା ସମଗ୍ର ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଓ ଗାତମଧ୍ୟରୁ ସାପ ସବୁ ବାହାରି ଏବେ ସହରମୁଖା ହୋଇଛନ୍ତି,ଗତମାସକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରୁ ପ୍ରାୟ ୯୦ରୁ ଉର୍ଦ୍ଦ ହେବ ଅଜଗର,ଅହିରାଜ,ନାଗ ଆଦି ବିଷଧର ସାପ ଉଦ୍ଧାର କରାଗଲାଣି । ମାଲକାନଗିରି ଜିଲ୍ଲା ଆଗରୁ ସବୁଜବନାନୀ ବଣ ଜଙ୍ଗଲ ଘେରାରେ ଥିବାରୁ ବନ୍ୟପ୍ରାଣୀ ଶରିସୃପ ମାନେ ବିନା ବାଧାରେ ବଣ ଜଙ୍ଗଲରେ ରହୁଥିଲେ । ଏବେ ସବୁଜ ବନାନୀ ବଦଳରେ ବଣଜଙ୍ଗଲ ପାହଡ ତଳେ କଂକ୍ରୀଟ ଜଙ୍ଗଲ ସୃଷ୍ଟି ହେଲାଣି, ବଣଜଙ୍ଗଲ ସବୁ ଧିରେ ଧିରେ ଧ୍ୱସଂହେବାକୁ ବସିଲାଣି, ବନ୍ୟଜନ୍ତୁ ଓ ଶରୀସୃପ ମାନଙ୍କର ବାସସ୍ଥଳି ବଦଳରେ ସଭ୍ୟଶିକ୍ଷିତ ମଣିଷଙ୍କ କୋଠାଘର ଦେଖିବାକୁ ମିଳୁଛି, ସେମାନଙ୍କ ବାସସ୍ଥାନ ନଷ୍ଟ ହୋଇ ଯାଉଥିବାରୁ ବନ୍ୟଜନ୍ତୁ ସହିତ ସାପ ଓ ଅନ୍ୟାନ ଶରୀସୃପ ମାନେ ଏବେ ସହର ମୁଖା ହେବାକୁ ଲାଗିଲେଣି ।