Odiapua.com

ଜବତ ବାଲିବୋଝେଇ ଟ୍ରକ ଫେରାର, ମାମଲା ଋଜୁ

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକଙ୍କ ଦ୍ୱାରା ଜବତ ବେଆଇନ ବାଲିବୋଝେଇ ଟ୍ରକ ଫେରାର ହେବା ଅଭିଯୋଗରେ ମାମଲା ଋଜୁ ହୋଇଛି । ୧୬ ନଂ ଜାତୀୟ ରାଜପଥରେ ଏନଫୋର୍ସମେଂଟ ଦାଇତ୍ୱ ତୁଲାଉଥିବା ବେଳେ ଓଡି ୦୯ ସି ୭୮୬୩ନଂ ବେଆଇନ ବାଲିବୋଝେଇ ଟ୍ରକକୁ ଜବତ କରି ତହସିଲ ନିକଟ ରାଜପଥ ସର୍ଭସ ରୋଡକୁ ଆଣିଥିଲେ । ଗାଡିର ଜବତ କାଗଜପତ୍ର ପ୍ରସ୍ତୁତ ହୋଇଥିବା ବେଳେ ମାଲିକ ସେଠାରେ ପହଞ୍ôଚ ତହସିଲଦାରଙ୍କ ସହ ଯୁକ୍ତିତର୍କ କରି ଚାଳକକୁ ଗାଡି ନେଇଯିବା ପାଇଁ କହିଥିଲା । ଚାଳକ ଜବତ ଗାଡିକୁ ନେଇ ପଳାଇଥିଲା । ଘଟଣା ସମ୍ପର୍କରେ ତହସିଲଦାର ଶ୍ରୀ ନାୟକ ଥାନାରେ ସୋମବାର ଅଭିଯୋଗ କରିଥିଲେ । ଏଥିନେଇ ସଂପୃକ୍ତ ଗାଡିର ଚାଳକ ଓ ମାଲିକଙ୍କ ନାମରେ ୩୫୭/୨୩ନଂ ମାମଲା ଋଜୁ ହୋଇଛି ।