Odiapua.com

‘ଜନ ଜାଗରଣ ମଞ୍ଚ’ ପକ୍ଷରୁ ଫକୀର ମୋହନ ଜୟନ୍ତୀ

ବାଲେଶ୍ୱର, ୧୪ା୧(ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲାର ଅନ୍ୟତମ ଗଣ ସଂଗଠନ ‘ଜନଜାଗରଣ ମଞ୍ଚ’ ପକ୍ଷରୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ୧୭୯ ତମ ଜୟନ୍ତୀ ଆଜି ପାଳିତ ହୋଇଯାଇଛି। ବାଲେଶ୍ୱର ରେଳ ଷ୍ଟେସନ ସମ୍ମୁଖରେ ଥିବା ବ୍ୟାସକବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ, ଦୈନିକ ଓଡ଼ିଆ ସମ୍ବାଦପତ୍ର ‘ଆଜିକାଲି’ର କାର୍ଯ୍ୟକାରୀ ସମ୍ପାଦକ, ଜନଜାଗରଣ ମଞ୍ଚର ସଂପାଦକ ତଥା ‘ମଧୁସୂଦନ ସାଂସ୍କୃତିକ ପରିଷଦ’ର ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ଫକୀର ମୋହନ ସେନାପତିଙ୍କ ପାଇଁ ବାଲେଶ୍ୱର ସମେତ ସମଗ୍ର ଓଡ଼ିଶା ଆଜି ଗର୍ବିତ ବୋଲି କହିଥିଲେ। କଥାସମ୍ରାଟ ଫକୀର ମୋହନଙ୍କ ବଳିଷ୍ଟ ଲେଖନୀ ଦ୍ୱାରା ଓଡିଆ ଭାଷା ସମୃଦ୍ଧ ହେବା ସହ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଓଡିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା ବ୍ୟାସକବି ପ୍ରତ୍ୟେକ ଓଡିଆ ଭାଷାର ଆଧାର କାର୍ଡ ସଦୃଶ ବୋଲି ସେମାନ୍ୱେତ ଦେଇଥିଲେ। ସଂଗଠନର ସଭାପତି ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ଏଥିରେ ସଭାପତିତ୍ୱ କରିଥିଲେ। ଅଞ୍ଜଳି ପଣ୍ଡା, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଭାବଗ୍ରାହୀ ମହାନ୍ତି, ସମରେନ୍ଦ୍ର ନାଥ ଦାସ, ତୃପ୍ତିରାଣୀ ପାତ୍ର, ଯୋଶଧାରା ଦାସ, ପ୍ରଜ୍ଞାପାରମିତା ମହାନ୍ତି, ପର୍ଶୁରାମ ପ୍ରଧାନ, ଦେବାଶିଷ ସିଂ, ସତ୍ୟନାରାୟଣ ନନ୍ଦ, ରମେଶ ଜେନା, ବସନ୍ତ ଦତ୍ତ, ବିନୋଦ ନାୟକ, ତ୍ରିଦୀପ ନାୟକ ପ୍ରମୁଖ କର୍ମକର୍ତ୍ତାମାନେ ଏଥିରେ ଉପସ୍ଥିତ ଥିଲେ। ତୁଷାରକାନ୍ତି ମହାପାତ୍ର ଅତିଥିମାନଙ୍କୁ ମଂଚ ଆମନ୍ତ୍ରଣ କରିଥିବା ବେଳେ ଶୁଭେନ୍ଦୁ ପଟ୍ଟନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।