Odiapua.com

ଜନ୍ମ କରି ନବ ଜାତ ଶିଶୁ କନ୍ୟାକୁ ରାସ୍ତା କଡ଼ରେ ଫିଙ୍ଗି ଦେଲା ମା’

ପୁରୀ ୨୮-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅତି ନିଷ୍ଠୁର ପାଲଟି ଗଲା ଜନ୍ମ କଲା ମା’! ମା ୯ମାସ ୧୦ ଦିନ ନିଜ ପେଟରେ ଯାହାକୁ ଧରି କଷ୍ଟ ଯନ୍ତ୍ରଣା ସହି ରହିଥିଲା ଶେଷରେ ତାକୁ ଜନ୍ମ ଦେଲା ପରେ ରାସ୍ତା କଡ଼ରେ ଫୋପାଡ଼ି ପଳାଇଗଲା ମା! ଏହି ଅଭାବନୀୟ ଘଟଣା ଘଟିଛି ପିପିଲି ବ୍ଲକ ସାତଶଂଖ-ବଳଙ୍ଗା ମୁଖ୍ୟ ରାସ୍ତା କଡରେ। ଚୋରପଡ଼ା ଛକ ରାସ୍ତା କଡ଼ରେ ଥିବା ଅଳିଆ ଆବର୍ଜନା ଗଛ ଲତା ଭିତରୁ ଉଦ୍ଧାର କରାଯାଇଛି ନବ ଜାତ ଶିଶୁ କନ୍ୟା। ଜୀବିତ ଥିବା ଶିଶୁ କନ୍ୟାର କାନ୍ଦ ଶବ୍ଦ ଶୁଣି ରାସ୍ତାରେ ଯାଉଥିବା ଲୋକ ମାନେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପୁରୀ ମେଡିକାଲ ପଠାଇ ଥିବା ବେଳେ କିଏ ଓ କାହିଁକି ଏମିତି କରିଛି ତାକୁ ନେଇ ସ୍ଥନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଘଟଣା ପୁଣି ପ୍ରମାଣିତ କରିଛି ଯେ କନ୍ୟା ସନ୍ତାନ ଏବେବି ଅଲୋଡା ରହିଛି ସାମାଜିକ ସ୍ତରରେ। ମହିଳା ମାନେ ଏବେକା ଯୁଗରେ ଅନେକ ସଫଳତା ଓ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ କନ୍ୟା ସନ୍ତାନ ପ୍ରତି ଏବେବି ସମାଜର କିଛି ବର୍ଗର ଲୋକଙ୍କ ପାଇଁ ବୋଝ ପାଲଟିଛି। ଏ ନେଇ ସଚେତନତା ଅଭାବକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।