Odiapua.com

ଜନ୍ମାଷ୍ଟମୀ ରେ କ’ଣ କରିବା ଅନୁଚିତ

ଭୁବନେଶ୍ଵର,୨୩/୦୮,(ଓଡ଼ିଆ ପୁଅ/ ପି ନାଏକ): ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯାଇଥାଏ। ଏହି ପର୍ବ ପାଳନ କରିବାର ଅନେକ ଦିନ ପୂର୍ବରୁ ଲୋକମାନେ ଏହାର ପ୍ରସ୍ତୁତି କରିଥାନ୍ତି। ଶାସ୍ତ୍ରରେ ମଧ୍ୟ ଜନ୍ମାଷ୍ଟମୀ ବ୍ରତ ପାଳନ କରିବାର କିଛି ନିୟମ ଉଲ୍ଲେଖ କରାଯାଇଛି, ଯାହା ଆଜିର ଦିନରେ ନିଶ୍ଚିତ ପାଳନ କରିବା ଉଚିତ। ତେବେ ଜାଣନ୍ତୁ ଆଜି ଦିନରେ କେଉଁ ସବୁ କାମ କରିବା ଅନୁଚିତ।

-ଜନ୍ମାଷ୍ଟମୀ ଦିନ କୌଣସି ବ୍ୟକ୍ତିଙ୍କ ସହ ଖରାପ ବ୍ୟବହାର କରନ୍ତୁ ନାହିଁ। ଗରିବ ବା ଅସହାୟ ବ୍ୟକ୍ତିଙ୍କୁ ସମସ୍ୟା କରୁଥିବା ବ୍ୟକ୍ତି ସର୍ବଦା ଦୁଃଖ ପାଇଥାନ୍ତି।

-ଜନ୍ମାଷ୍ଟମୀ ଦିନ ଘରେ କିମ୍ବା ଆଖ ପାଖରେ ଯଦି କୌଣସି ଗଛ ଲଗାଇଥାନ୍ତି ତେବେ ବିଲକୁଲ୍ ଆଜି ଦିନରେ କାଟନ୍ତୁ ନାହିଁ। ବରଂ ଆଜି ଘରର ସମସ୍ତ ସଦସ୍ୟମାନେ ମିଶି ଗୋଟିଏ ଗୋଟିଏ ଗଛ ଲଗାନ୍ତୁ। ଏପରି କରିବା ଦ୍ବାରା ଘରର ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ।

-ଜନ୍ମାଷ୍ଟମୀ ଦିନ କୌଣସି ବିବାଦ କିମ୍ବା ଝଗଡ଼ା କରନ୍ତୁ ନାହିଁ। ମନକୁ ଶାନ୍ତି ରଖିବା ସହ ଭଗବାନଙ୍କୁ ଧ୍ୟାନ କରନ୍ତୁ

-ଆଜି ଭଗବାନଙ୍କୁ ଭୋଗ ଲଗାଇବା ସମୟରେ ନିଶ୍ଚୟ ତୁଳସୀ ପତ୍ର ବ୍ୟବହାର କରନ୍ତୁ। ବିନା ତୁଳସୀରେ ଭଗବାନ ପ୍ରସାଦ ସ୍ବିକାର କରିନଥାନ୍ତି।

-ଜନ୍ମାଷ୍ଟମୀ ଦିନ ସାତ୍ତ୍ବିକ ଭୋଜନ କରିବା ଉଚିତ। ଏହିଦିନ ଆମିଷ ସେବନ କରନ୍ତୁ ନାହିଁ।