Odiapua.com

ଜନ୍ମାଷ୍ଟମୀରେ ରାଉରକେଲା କୃଷ୍ଣମୟ

ରାଉରକେଲା ୨୩-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ନନ୍ଦଲାଲ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମାଷ୍ଟମୀ। ଏହାକୁ ନେଇ ଉତ୍ସବ ମୁଖର ହୋଇ ପଡ଼ିଛି ସାରା ରାଜ୍ୟ। ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଷ୍ଟିଲ ସିଟି ରାଉରକେଲା ହରିନାମରେ ପ୍ରକମ୍ପିତ ହେଉଛି। ଆଜି ସକାଳୁ ଭୁବନେଶ୍ୱରର ଇସ୍କନ ମନ୍ଦିର, ରାମ ମନ୍ଦିର ଠାରେ ଭକ୍ତଙ୍କ ଗହଳି ଜମିଛି। ସେହିପରି ରାଉରକେଳାରେ ଥିବା ରାଧାକୃଷ୍ଣ ମନ୍ଦିରରେ ଏହି ପର୍ବକୁ ଜାକଜମକରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ପକ୍ଷରୁ ଏହି ପର୍ବକୁ ନେଇ ଉତ୍ସାହ ପ୍ରକାଶ ପାଇଛି। ସାରନଗରୀ ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯିବା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି। ଯାଦବ ଶ୍ରେଣୀୟ ବ୍ୟକ୍ତିମାନେ ଏହି ପର୍ବକୁ ୨ ଦିନ ପାଳନ କରିଥାନ୍ତି। ନନ୍ଦ ଉତ୍ସବକୁ ପାଳନ କରିବା ପାଇଁ ଯାଦବ ଭାଇ ଭଉଣୀ ମାନେ ଆଜି ଠାରୁ ଏକଜୁଟ ହୋଇଥିବା ପରିଲକ୍ଷିତ ହୋଇଛି। ଜନ୍ମାଷ୍ଟମୀ ପାଇଁ ହାଟ ବଜାର ଚଳଚଂଚଳ ହୋଇ ଉଠିଛି।