ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ନାଟ୍ୟଶ୍ରୀ ନିର୍ମଳ ଚନ୍ଦ୍ର ରାଉତଙ୍କୁ ତାଙ୍କ ଜନ୍ମ ମାଟି ନିଜ ଗ୍ରାମ କଲେଇରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶତାଧିକ ଯୁବ, ବୟୋଜ୍ୟେଷ୍ଠ ପୁଷ୍ପମାଲ୍ୟ, ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ବିଜୁ ଜନତା ଦଳର ଯୁବ ସମ୍ପାଦକ ତାପସ ରାୟ, ଶିକ୍ଷକ ସଂଘ ନେତା ବାବୁଲା ରାଉତ, ଅଭିନେତା ନିରନ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ରାଉତ କହିଥିଲେ କି ମଣିଷ ଜୀବନକାଳ ମଧ୍ୟରେ ଯେତେ ଆଗକୁ ଆଗେଇ ଥିଲେ ବି ଗାଁ ମାଟିକୁ ଦିନେ ଦିନେ ଯେତେବେଳେ ଫେରିଆସେ ସେତେବେଳେ ଗାଁ ମାଟିର ମହକ ତାର ପୁରୁଣା ସ୍ମୃତି ସବୁକୁ ଉଦ୍ଜୀବିତ କରାଇଥାଏ । ନିଜ ଗାଁ ମାଟିରେ ପଞ୍ଚାୟତବାସୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେବା ଅତ୍ୟନ୍ତ ଗୌରବର ବିଷୟ ବୋଲି ବକ୍ତାମାନେ କହିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଯାତ୍ରା ମହାସଂଘର ପୁରୋଧା ଭଦ୍ରକ କଳାକାର ମଞ୍ଚର ସମ୍ପାଦକ କାଳିନ୍ଦି ମଲ୍ଲିକ, ପୂର୍ବତନ ସରପଞ୍ଚ ପୁରୁଷୋତ୍ତମ ବାରିକ, ସମାଜସେବୀ ଜଗନ୍ନାଥ ବେହେରା, ନୀର ସ୍ୱାଇଁ, ଶଶଧର ନାୟକ, ଶିକ୍ଷକ ସଂଘ ନେତା ଭାଷ୍କର ନାୟକ, ସାମ୍ବାଦିକ ସୌମ୍ୟକାନ୍ତ ରାଉତରାୟ, ବିଜୁ ଜନତା ଦଳର ଯୁବନେତା ସୁଶାନ୍ତ ପାତ୍ର, ପପୁ ପାଣି, ଶ୍ରକାନ୍ତ ଓଝା, ଉତ୍ତମ ସ୍ୱାଇଁ, ସଂଗ୍ରାମ କେଶରୀ ସ୍ୱାଇଁ, ପ୍ରଶାନ୍ତ ରାଉତ, ସୁଜିତ ବେହୁରିଆ, ଅଭିଷେକ ନାୟକ, ମନୋଜ ପୁହାଣ, ନଟବର ମହାକୁଳ, ନିରାକାର ଜେନା, ଅମରେଶ ମଲ୍ଲିକ, ପୀତାମ୍ବର ମହାରଣା, ନିରଞ୍ଜନ ବେହେରା, ବିଶ୍ୱଜିତ୍ ପାତ୍ର, ମୃତ୍ୟୁଞ୍ଜୟ ମହାନ୍ତି, ପଦ୍ମ ପଙ୍କଜ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ସୁଶ୍ରୀ ପ୍ରିୟଦର୍ଶିନୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।