Odiapua.com

ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟ ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଧାରଣା

ପୁରୀ ୧୬ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀରେ ପୌର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ଠାରୁ ଯୁଜର୍ସ ଫି ଆଦାୟ ଓ ଟାଟା ପାୱାର ପକ୍ଷରୁ ଅଧିକ ବିଦ୍ୟୁତ ବିଲ୍ ଆଦାୟ ପ୍ରତିବାଦରେ ବିଜେପି ପକ୍ଷରୁ ବିକ୍ଷୋଭ ଓ ଧାରଣା ଦିଆଯାଇଥିଲା। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପିର କର୍ମୀମନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ କରିଥିଲେ।ଟାଟା ପାୱାର ପକ୍ଷରୁ ବିଜୁଳି ବିଲ୍ ଆଦାୟରେ ବ୍ୟାପକ ଅନିୟମିତତା ସହ ନୂଆ ମିଟର ବସାଇ ମନଇଚ୍ଛା ବିଦ୍ୟୁତ ବିଲ୍ ଆଦାୟ କରାଯାଉଛି।ସେହିପରି ଯୁଜର୍ସ ଫି ଆଦାୟ ନାମରେ ସ୍ଥାନୀୟ ଜନସାଧାରଣଙ୍କୁ ପୌର ପ୍ରଶାସନ ପକ୍ଷରୁ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।ଏହି ସମସ୍ୟାର ସମାଧାନ ପାଈଁ ବିଜେପି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।ତେବେ ଜିଲ୍ଲାପାଳ କହିଛନ୍ତି ୟୁଜର୍ସ ଫି ଆଦାୟ ପାଇଁ କାହାକୁ ବାଧ୍ୟ କରାଯିବନାହିଁ ବୋଲି ପ୍ରତିଶୃତି ଦେଇଥିଲେ।ସେହିପରି ଟାଟା ପାୱାର କର୍ତ୍ତୃପକ୍ଷ ଓ ବୁଦ୍ଧିଜୀବୀ ଙ୍କୁ ନେଇ ହୋଇ ଥିବା କମିଟି ର ରିପୋର୍ଟ ଦୁଇ ଭିତରେ ଆସିବା ପରେ ବିଦ୍ୟୁତ ସମ୍ବନ୍ଧୀୟ ଥିବା ସମସ୍ୟା ସମାଧାନ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି।