Odiapua.com

ଜନସଚେତନତା ସୃଷ୍ଟି ଓ ଦୁର୍ନୀତି ପ୍ରତରୋଧ ଅଭିଯାନ

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା)ର ଭଦ୍ରକ ଶାଖା ପକ୍ଷରୁ ସୂଚନା ଅଧିକାର ଆଇନ ସମ୍ପର୍କରେ ଜନସଚେତନତା ସୃଷ୍ଟି,ସୂଚନା ଆଇନର ବ୍ୟାପକ ବ୍ୟବହାର ଓ ଓଡ଼ିଶାକୁ ଏକ ସ୍ୱଚ୍ଚ,ନିର୍ମଳ ଏବଂ ଦୁର୍ନୀତିମୁକ୍ତ ରାଜ୍ୟ ଭାବେ ଗଢି ତୋଳିବା ଆଭିମୁଖ୍ୟ ନେଇ ଅକ୍ଟୋବର ମାସ ୧ତାରିଖରୁ ୫ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି କାର୍ଯ୍ୟକ୍ରମ ସମସ୍ତ ବ୍ଲକ ଓ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ପ୍ରକାଶ କୁମାର ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଅଭିଯାନରେ ସଂଯୋଜକ ବିପ୍ଲବ ହୋତା,ବସନ୍ତ ନାୟକ,ବିକାଶ ଧଳ,ରବିନ୍ଦ୍ର ଦାସ,ପର୍ଶୁରାମ ଓଝା,ନରେନ୍ଦ୍ର ସାହୁ,ଅଶୋକ ସାହୁ,ସୁଶାନ୍ତ ଘଡ଼େଇ,ଅମରନାଥ ପରିଡ଼ା,ସୁଧାକର ଜେନା,ସଚ୍ଚି ମହାନ୍ତି,ରାଜେନ୍ଦ୍ର ପରିଡ଼ା,ଗଣେଶ ମଲ୍ଲିକ,ଶଶୀ ଯେନା,ବ୍ରଜ ଦାସ,ରାଜେନ୍ଦ୍ର ଦାସ,ପୂର୍ଣ୍ଣ ସାମଲ,ବିରେନ ମହାନ୍ତି ପ୍ରମୁଖଙ୍କ ସହିତ ଶତାଧିକ କର୍ମୀ ଏକଜୁଟ ହୋଇ ରାଜ୍ୟ ସରକାରଙ୍କ ଏକଛତ୍ରବାଦ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଏବଂ ମିଥ୍ୟା ଏତଲା ବଳରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ଉପରେ ହୋଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହାର ଦାବୀ କରିଥିଲେ । ଯଦି ଏହାର ସମାଧାନ କରାନଯାଏ ଆଗାମୀ ଦିନରେ ସୂଚନା କର୍ମୀମାନେ ରାଜରାସ୍ତାକୁ ଓଲ୍ଲାଇବେ ବୋଲି ଆୟୋଜିତ ଶିବିରରେ ଡ଼ାକରା ଦେଇଥିଲେ ଏଥିସହିତ ସୂଚନା ଅଧିକାର ଆଇନ ବଳରେ ଲୋକମାନଙ୍କୁ ସଚେତନ କରାଇବା ସହିତ ଲୋକମାନେ ନିଜର ହକ୍ ସାଧନ ପାଇଁ ପଥ ପରିସ୍କାର ନିମନ୍ତେ ଜିଲ୍ଲା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସୂଚନା ଅଧିକାର କର୍ମୀଙ୍କ ଦ୍ୱାରା ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।