Odiapua.com

ଜନସଂଖ୍ୟା ସମାଧନ ଫାଉଣ୍ଡେସନ ମାଲକାନଗିରି ଜିଲ୍ଲାକମଟି ଗଠନ

ମାଲକାନଗିରି,୧୩ା୧୧(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଜିଲ୍ଲାସ୍ତରୀୟ କମିଟି ଗଠନ ହୋଇଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥ ହାଟପଦା ଶିବମନ୍ଦିର ପ୍ରାଙ୍ଗଣରେ ଫାଉଣ୍ଡେସନର ଜିଲ୍ଲାସଭାପତି ହରପ୍ରସାଦ ଖାଡଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ କୋଭିଡ ନିୟମପାଳନ କରି ବିଭିନ୍ନ ପ୍ରାନ୍ତରୁ ମହିଳା ଓ ପୁରଷ ମାନେ ଯୋଗଦେଇଥିଲେ ।ଏହି ବୈଠକରେ ମୁଖ୍ୟତ ଜନସଂଖ୍ୟା ବୃଦ୍ଦିର ଉପକାର ଓ ପର କ୍ଷଭାବେ ଅପକାର ତଥା ଦେଶ ପ୍ରତି ଭବିଷ୍ୟତରେ ଯହାସବୁ ଅସୁବିଧାର ସମ୍ମୁଖିନ ଦେଶବାସି ଭୋଗକରିବେ ଓ ଜନସଂଖ୍ୟା ବୃଦ୍ଧି ହେଲେ ଦେଶରେ ଅନାହାର,ବେକାର ଓ ଅପରାଧ ସଂଖ୍ୟାବୃଦ୍ଧି ପାଇବ ବୋଲି ଉପସ୍ଥିତ ସଂପର୍କରେ ଆଲୋଚନା କରାଯାଇଥିଲା । ଏହି ସମସ୍ୟାକୁ ଦୁରକରିବା ପାଇଁ ମାଲକାନଗିରି ଜିଲ୍ଲାସ୍ତରୀୟ ଏକ କମିଟି ଗଠନ କରାଯାଇଛି । ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ସଭାପତି ଭାବେ ହରପ୍ରସାଦ ଖାଡଙ୍ଗା,ଜିଲ୍ଲାମହିଳା ମୋର୍ଚରା ସଭାନେତ୍ରୀ କଳ୍ପନା ବିଶ୍ୱାଳ,ସଂପାଦିକା ଦୁଲାଲୀ ଥଣ୍ଡର,ରେବା ବିଶ୍ୱାସ,ସୀତାରାମ ସାମନ୍ତରାୟ,ଦେବେନ୍ଦ୍ର କୁମାର ମିଶ୍ର,ଭବତୋଷ ସରକାର ପ୍ରମୁଖ କର୍ମକର୍ତା ମାନେ ଉପସ୍ଥିତ ରହି ଦେଶରେ ସର୍ବାଧିକ ଦୁଇ ଶିଶୁ ଆଇନ ପ୍ରଣୟନ ନିତିକୁ ଗୁରୁତ୍ୱ ଦେଇ ଏହାକୁ କାର୍ଯ୍ୟକାରି କରିବା ନିମନ୍ତେ ମତଦେଇଥିଲେ ।