Odiapua.com

ଜନଶକ୍ତି ପାର୍ଟିର ଧାରଣା

କେନ୍ଦ୍ରାପଡା, ୨ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧୀ ପ୍ରତିମୁର୍ତ୍ତୀ ନିକଟରେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଓ ଦଳର ଅନ୍ୟ କର୍ମକର୍ତାମାନେ ଧାରଣା ଦେଇଛନ୍ତି। ପ୍ରକାଶ ଥାଉ କି ପାର୍ଟିର ଏକ ସପ୍ତାହ ବ୍ୟାପି ପୋଷ୍ଟକାର୍ଡ ଅଭିଯାନ ସମଗ୍ର ରାଜ୍ୟରେ ସମାପ୍ତ ହେବା ପରେ ଆସନ୍ତା ଏକ ବର୍ଷ ଯାଏ ସମଗ୍ର ରାଜ୍ୟରେ ୩୦ ଟି ଜିଲ୍ଲାରେ ରିଲିଫ କୋର୍ଡ ସଂଶୋଧନ କରାଯାଇ ଅର୍ଡିଟ ବ୍ୟବସ୍ଥା ଲାଗୁ କରାଇବା, ବେକାରି ମାନଙ୍କୁ ଆତ୍ମ ନିଯୁକ୍ତି ଅଥବା ଭତା ପ୍ରଦାନ ଓ ବିଶେଷ କରି ପ୍ରବାସୀ ମାନଙ୍କ କରୋନା ସମୟରେ ନାହିଁ ନ ଥିବା ହଇରାଣ ଏବଂ ପ୍ରତ୍ୟେକ ଜିଲ୍ଲାରେ କୃଷି ଭିତିକ ଶିଳ୍ପପ୍ରତିଷ୍ଠା, ପନିପରିବା ସଂରକ୍ଷିତ ରଖିବା ନିମନ୍ତେ ଶୀତଳ ଭଣ୍ଡାର ପ୍ରତିଷ୍ଠା, କରୋନା ସମୟରେ ଅତ୍ୟାବଶକ ସାମଗ୍ରୀ ଆଳୁ, ପିଆଜ, ରସୁଣ, ତେଲ ଦରବୃଦ୍ଧି ହେଉଥିବାରୁ ସାଧାରଣ ଲୋକଟି କ୍ରୟ କରିବାରେ ସମର୍ଥ ହେଉନାହିଁ। ସେହିପରି କରୋନା ମାଡରେ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ବେଡି ଉପରେ କୋରଡା ଭଳି ବିଦ୍ୟୁତ ଦେୟ ବୃଦ୍ଧି ହୋଇଛି। ଏହି ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ରାପଡାରୁ ଧାରଣାର ଶୁଭାରମ୍ଭ କରାଗଲା ବୋଲି ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଦାଶ କହିଛନ୍ତି। ଆସନ୍ତା ୨୦୨୧ ପର୍ଯ୍ୟନ୍ତ ଏକବର୍ଷ ଧରି ଏହି କାର୍ଯ୍ୟକ୍ରମ ଚାଲୁ ରହିବା ସହିତ ଅକ୍ଟୋବର ୨ ରେ ସମାପ୍ତ ହେବ। ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଓ ସ୍ମାରକ ପତ୍ର ପ୍ରଦାନ ମାଧ୍ୟମରେ ଏହା ଚାଲୁ ରହିବ। ଏଥିରେ ଶ୍ରମିକ ସଭାପତି ରମେଶ ଥାଟୋଇ, ଅଫିସ ସଂପାଦକ ସୁବାସ ରାଉତ, ପଛୁଆବର୍ଗ ରାଜ୍ୟ ସଂପାଦକ ପ୍ରହଲ୍ଲାଦ ମହାନ୍ତି, ରାଜ୍ୟ ଅନୁସୂଚିତ ଜାତି ସେଲ ସଭାପତି ଦିଲ୍ଲୀପ ଯେନା, ଉପସଭାପତି କୈଳାସ ମଲ୍ଲିକ, ଗରଦପୁର ବ୍ଲକ ସଭାପତି ଗିରିଧାରୀ ରାଉତ, ଇଂ ସମରେନ୍ଦ୍ର ଜେନା, ସଂପାଦକ ଦିଲ୍ଲୀପ ମଲ୍ଲିକ, ଶାନ୍ତନୁ ନାୟକ, ଅକ୍ଷୟ ଦାସ, ଭାରତୀ ଲେଙ୍କା, ପ୍ରଫ୍‌ୁଲ୍ଲ ଦାସ, ନିର୍ମଳ ମଲ୍ଲିକ, ଦେବେନ୍ଦ୍ର ଦାସ ପ୍ରମୁଖ ସାମିଲ ହୋଇଥିଲେ। ଧାରଣା କାର୍ଯ୍ୟକ୍ରମ ଦିବା ୧୨ ରୁ ୨ ଘ ଯାଏ ଚାଲିଥିଲା।