Odiapua.com

ଜନମୈତ୍ରୀ ନଗର ଗଠନ ପାଇଁ ବିଧାୟକ ସୀତାଂଶୁଙ୍କ କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୧୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅଂଚଳର ସମଗ୍ର ଉନ୍ନତି ଓ ସୁସଂଗଠିତ,ଜନମୈତ୍ରୀ ନଗର ଗଠନ ପାଇଁ ଆଜି ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପୌରପାଳିକା ଅଧୀନସ୍ଥ ବିଭିନ୍ନ ଅଂଚଳ ଗସ୍ତ କରିଛନ୍ତି। ବିଶେଷକରି ପୌରପାଳିକା ଅଧୀନରେ ଥିବା ପ୍ରାଚୀନ ପୋଖରୀ,ପାର୍କ ଓ ରାସ୍ତାଗୁଡ଼ିକର ଉନ୍ନତୀକରଣ ଏବଂ ସାଧାରଣ ଲୋକଙ୍କ ପାଇଁ ଭେଣ୍ଡିଂ ଜୋନ, ଫଳ ପନିପରିବା ବଜାର, ଫୁଡ୍ କୋର୍ଟ ଓ ସୁଚିତ୍ର ସାର୍ବଜନୀନ ଶୌଚାଳୟ ନିର୍ମାଣ ପାଇଁ ସେ ଉପଜିଲାପାଳ ସୌରଭ ଚକ୍ରବର୍ତୀଙ୍କ ସମେତ ପୌରପାଳିକାର ବିଭିନ୍ନ ଅଧିକାରୀମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି। ସରକାର ଓ ଭଦ୍ରକବାସୀଙ୍କ ସହଯୋଗରେ ଖୁବ ଶୀଘ୍ର ଏହି କାର୍ଯ୍ୟଗୁଡିକ ଆରମ୍ଭ ହେବ ହେବ ବୋଲି ବିଧାୟକ ଶ୍ରୀ ମହାପାତ୍ର ସୂଚନା ଦେଇ ତାଙ୍କ ସରକାରରେ ଗରିବ, ଖଟିଖିଆ ଲୋକଙ୍କ ଜୀବନ ଜୀବିକା ପାଇଁ ସର୍ବଦା ସଜାଗ ରହିଛି ବୋଲି କହିଛନ୍ତି।