Odiapua.com

ଜନତା ସେବା କେନ୍ଦ୍ରରେ ବନ୍ଧୁମିଳନ

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜନତା ସେବା କେନ୍ଦ୍ର ଡଗରାସାହି ଚରମ୍ପା ସମ୍ମିଳନୀ କକ୍ଷରେ ବରିଷ୍ଠ ଉପଦେଷ୍ଟା ନିରାକାର ଜେନାଙ୍କ ସଭାପତିତ୍ୱରେ ୨୦୨୨ନବବର୍ଷର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେବାକେନ୍ଦ୍ରର ସଭାପତି ବିଶ୍ୱନାଥ ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି କୈଳାଶ ଚନ୍ଦ୍ର ମହାପାତ୍ର ଉପସ୍ଥିତ ସଭ୍ୟ ମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ କେନ୍ଦ୍ରର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । କୁଳମଣି ବରାଳ, ପବନ ଶର୍ମା, ଶିବ ଚରଣ ଖାମୁରାଇ, ଶଶଧର ମହନୀ ନବବର୍ଷର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଚରମ୍ପା ସାହିତ୍ୟ ସଂସ୍କୃତି ମଞ୍ଚର ସମ୍ପାଦକ ଉମାକାନ୍ତ ନାୟକ ଉଦବୋଧନ ଦେଇ ସମସ୍ତଙ୍କ ଶୁଭ ମନାସି ଥିଲେ ଓ ପ୍ରକାଶ ଚନ୍ଦ୍ର ମଳିକ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଶେଷରେ ସସ୍ମିତା ରାଉତ, ୟାସ୍ମିନ ଯାହାଁ ଧନ୍ୟବାଦ ଦେଇଥିଲେ ।