ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଜାହାଙ୍ଗୀର ସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାପୀଠ ର ବାର୍ଷିକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ମୟ କୁମାର ଜେନାଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଶିକ୍ଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ।ଅତିଥି ପରିଚୟ ବିପିନି ବିହାରି ମଲିକ କରିଥିବା ବେଳେ ବାବୁରାମ ମଲିକ ସ୍ୱାଗତ ଭାଷଣ ପ୍ରଦାନ କରି ଥିଲେ। ଏହି ଅବସର ରେ ସୁନିଲ ସାହୁ ଅତିଥି ଙ୍କୁ ମଂଚ ଆମନ୍ତ୍ରଣ କରିଥିବାବେଳେ ଶିକ୍ଷକ ପ୍ରଦୀପ ପତି ବେଦ ପାଠ କରିଥିଲେ।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଡ଼ିଓ ବନବିହାରୀ ଦିନ୍ଦା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ ଜୀବନ ଗଠନ କରିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷକ ନେତା ଶ୍ରୀ ଅକ୍ଷୟ କୁମାର ହୋତା ଯୋଗଦେଇ ଶିକ୍ଷା କ୍ଷେତ୍ରରେ ନୈତିକତାର ଆବଶ୍ୟକତା ବିଷୟରେ କହିଥିଲେ।ସମ୍ମାନିତ ଅତିଥି ଭାବେ ଦିଲୀପ ନାୟକ (ଶାଖା ପରିଚାଳକ, ବନ୍ଧନ ବ୍ୟାଙ୍କ, ଧାମନଗର, ସମୀର କୁମାର ଗୋସ୍ୱାମୀ ,ପ୍ରଧାନ ଶିକ୍ଷକ, ଧାମନଗର ହାଇସ୍କୁଲ, ଦେବେନ୍ଦ୍ର ଘଡାଇ (ଏସ୍ଏମ୍ସି ସଭାପତି) ଏମାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତିତ୍ୱ ଦେବେନ୍ଦ୍ର ମଲିକ, ବିପିନି ବିହାରି ରାଉତ, ନିତ୍ୟାନନ୍ଦ ଘଡାଇ, ଗୌରାଙ୍ଗ ବାରିକ, ରବୀନ୍ଦ୍ର ବେହୁରିଆ ଏବଂ ପୁରାତନ ଛାତ୍ର ସଂସଦର ବିରଂଚି ରାଉତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଶେଷ କରି ପ୍ରଧାନ ଶିକ୍ଷକ ଚିନ୍ମୟ ଜେନାଙ୍କ ଦ୍ୱାରା ରଚିତ ଓ ନିର୍ଦ୍ଦେଶିତ ସଂସ୍କାର ଧର୍ମୀ ନାଟକ ‘ନିଷିଦ୍ଧ ସ୍ପର୍ଶ’ ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲା। କୋମଳ ମତି ଶିଶୁମାନଙ୍କ ଅଭିନୟ ମାଧ୍ୟମରେ ସମାଜକୁ ଏକ ବଳିଷ୍ଠ ସନ୍ଦେଶ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଶଶିକାନ୍ତ ତରାଇ,ପୁଷ୍ପ ଲତା ସିଂ,ପ୍ରଗତିକା ଜେନା,ଉର୍ମିଳା ସେଠୀ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ। ଶିକ୍ଷକ ବିଦ୍ୟାଧର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।