Odiapua.com

ଜଣେ ସାଲିସ୍ ବିହୀନ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ସ୍ୱର୍ଗତଃ ରାୟ, ସ୍ୱର୍ଗତଃ କମଳାକାନ୍ତ ରାୟଙ୍କ ଏକାଦଶାହ ସ୍ମୃତିସଭା

ଭଦ୍ରକ, ୨୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଆଦର୍ଶ ଶିକ୍ଷାବିତ୍‌, ସମାଜସେବୀ ତଥା କର୍ତ୍ତବ୍ୟନିଷ୍ଠ ପ୍ରଶାସକ ଭାବେ ସ୍ୱର୍ଗତଃ କମଳାକାନ୍ତ ରାୟଙ୍କ ବାଲ୍ୟକାଳ ସରଳ, ସାବଲୀଳ ତଥା ନିରାଡମ୍ବର ଭାବେ ବିତିଥିଲାବେଳେ କୈଶୋର ଜୀବନ ଅତ୍ୟନ୍ତ ସଂଘର୍ଷମୟ ଥିଲା। ଜଣେ ସାଲିସ୍ ବିହୀନ ବ୍ୟକ୍ତିତ୍ୱର ଅଧିକାରୀ ଥାଇ ନିଜ ଶିଙ୍ଘରେ ଯୁଝି ଯୁଝି ଜୀବନର ସମସ୍ତ ସଫଳତାକୁ ସେ ସମୟର ସଇକତରେ ଗୋଟାଇଥିଲେ। ଜଣେ ବାସ୍ତବବାଦୀ, ଅମାୟିକ ଛନ୍ଦକପଟ ବିଭିନ୍ନ ସ୍ପଷ୍ଟବାଦୀ ନିରପେକ୍ଷ ବିଚାରଧାରା ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗନ୍ତ ହୋଇଥିବାବେଳେ ସେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ନଥାଇ ମଧ୍ୟ ସମସ୍ତ ଶାସକ ତଥା ବିରୋଧୀ ଦଳର ନେତୃବୃନ୍ଦଙ୍କର ପ୍ରିୟଭାଜନ ହୋଇପାରିଥିଲେ। ଭଦ୍ରକର କଲେଇ ପଞ୍ଚାୟତ ଅଧୀନସ୍ଥ ବଳଭଦ୍ରପୁରରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତଃ ରାୟ ନିଜର ଚାକିରୀ ଜୀବନ ନିଜ ଅଂଚଳରେ ପ୍ରଧାନ ଶିକ୍ଷକରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଭୁବନେଶ୍ୱର ସଚିବାଳୟ, ଖୋର୍ଦ୍ଧାରେ କୋ-ଅପରେଟିଭ୍ ଇନ୍ସିପେକ୍ଟର, ସୁନ୍ଦରଗଡରେ ସପ୍ଲାଏ ଇନ୍ସିପେକ୍ଟର ଏବଂ ସର୍ବଶେଷରେ ଜେଲ୍ ବିଭାଗର କାରା ନିରୀକ୍ଷକ ଭାବେ ନିଷ୍ଠାର ସହ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ।

ନିଜ ଜୀବନକାଳ ମଧ୍ୟରେ ସେ କେବଳ ନିଜ ଅଂଚଳ ନୁହେଁ ଓଡ଼ିଶାର ବିଭିନ୍ନ ଜିଲାରେ ଜଣେ ସୁଦକ୍ଷ ପ୍ରଶାସକ ଭାବେ କାର୍ଯ୍ୟ କରିବା ମଧ୍ୟରେ ବହୁ ଜନକଲ୍ୟାଣକାରୀ କାର୍ଯ୍ୟ କରି ବେଶ୍ ସୁନାମ ଅର୍ଜନ କରିଥିଲେ ବୋଲି ତାଙ୍କର ଏକାଦଶାହ ସ୍ମୃତି ସମାରୋହରେ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। ଭଦ୍ରକର କଲେଇ ସ୍ଥିତ ବଳଭଦ୍ରପୁରରେ ଅନୁଷ୍ଠିତ ସ୍ୱର୍ଗତଃ ରାୟଙ୍କ ଏହି ସ୍ମୃତି ସମାରୋହକୁ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିବାବେଳେ ବିଶିଷ୍ଟ ଶିକ୍ଷାବିତ୍ ବାବୁଲା ରାଉତ ସଂଚାଳନ ଓ ସଂଗୀତ ନିର୍ଦ୍ଦେଶକ ନାଟ୍ୟକାର ବାଦଲ ସିକ୍‌ଦାର ଭଜନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୧.୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବାବେଳେ ପ୍ରାରମ୍ଭରେ ସସ୍ମିତା ରାଉତଙ୍କ ଗୀତାପାଠ ପରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତଃ ରାୟଙ୍କ ତୈଳଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ୨ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ। ସ୍ୱର୍ଗତଃ ରାୟଙ୍କ ଜ୍ୟେଷ୍ଠ ଜାମାତା ପ୍ରଫେସର ଡ. ଅରୁଣ କୁମାର ଲେଙ୍କାଙ୍କ ପ୍ରାରମ୍ଭିକ ସୂଚନା ପରେ ତାଙ୍କ ପୁତୁରା ତଥା ବିଧାୟକ ଶ୍ରୀ ମଲ୍ଲିକ ନିଜ ଅଭିଭାଷଣରେ ତାଙ୍କ ମୃତ୍ୟୁ ସମୟରେ କାର୍ଯ୍ୟବ୍ୟସ୍ତତା ଯୋଗୁଁ ପହଞ୍ôଚପାରିନଥିବାରୁ ଦୁଃଖ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।

ଅନୁରୂପ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡ. ଶୈଳେନ୍ଦ୍ର ମହାପାତ୍ର, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ରାଜ୍ୟ ବିଜେଡି ନେତା ଇଂ ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ସଭ୍ୟ ମଳୟ ଜେନା, ବିଜେପି ନେତା ଅଭିମନ୍ୟୁ ସେଠୀ, ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ରାୟ, ପୂର୍ବତନ ଜିଲା ପରିଷଦ ସଭ୍ୟ ଅସିତ୍ ପାଣିଗ୍ରାହୀ, ବାଲେଶ୍ୱରର ଅଭିନନ୍ଦନ ସାପ୍ତାହିକର ସଂପାଦକ ଇଂ ଜଗଦୀଶ ମିଶ୍ର, ବିଶିଷ୍ଟ ଶିଳ୍ପପତି ମମତା ମହାପାତ୍ର, ବାଲେଶ୍ୱରର ବରିଷ୍ଠ ଆଇନ୍‌ଜୀବୀ ବିଜୟ କୁମାର ପାଣିଗ୍ରାହୀ, ଜିଲା ଦଳିତ ନେତା ରାଜେନ୍ଦ୍ର ଜେନା, ସାମ୍ବାଦିକ ଜ୍ଞାନ ପ୍ରକାଶ ପାଣି, ଧାମନଗର ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ନାରାୟଣ ସାହୁ, ନିର୍ମଳ ରାଉତ, ବାଲେଶ୍ୱରର ବିଜେପି ନେତା ଶୁଭଙ୍କର ମହାପାତ୍ର, କଂଗ୍ରେସ ରାଜ୍ୟ ସଂପାଦିକା ପ୍ରତିମା ପଣ୍ଡା, ଯୁଗଶ୍ରୀ ଯୁଗନାରୀର ସଂପାଦିକ ମମତା ମହାପାତ୍ର, କବି ଅଭୟ ଦାସ, ନାଟ୍ୟକାର ମନୋରଂଜନ ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ମାଧବ ଚନ୍ଦ୍ର ପରିଡା, ବାଲେଶ୍ୱର ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ନିରଞ୍ଜନ ମଳିକ, ଯୁବ ସମାଜସେବୀ ସୁନୀଲ ଲେଙ୍କା, ଜଗନ୍ନାଥ ରାୟ, ଶିକ୍ଷାବିତ୍ ଜଗବନ୍ଧୁ ଦାସ, ପୂର୍ବତନ କାଉନ୍‌ସିଲର ପ୍ରଣୟ ଦାସ ଓ ପ୍ରବୀର ଜେନା, ଇଂ ପ୍ରିୟବ୍ରତ ନାୟକ, ନିତ୍ୟାନନ୍ଦ ଜେନା, ଇଂ ପ୍ରତାପ ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ରାୟଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ସ୍ୱର୍ଗତଃ ରାୟଙ୍କ ଜ୍ୟେଷ୍ଠପୁତ୍ର ସାମ୍ବାଦିକ ପ୍ରମୋଦ ରାୟ, କନ୍ୟା ତଥା ରାଜ୍ୟ ବିଜେଡି ମହିଳା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି ରାୟ, ଜାମାତା ବୀରକିଶୋର ପ୍ରଧାନ ତାଙ୍କ ଉଦ୍ଦେଶ୍ୟରେ ୩ଟି ସ୍ମୃତି କବିତା ପାଠ କରିଥିଲେ। ଦିବସବ୍ୟାପୀ ଏହି କାର୍ଯ୍ୟକ୍ରମକୁ ସ୍ୱର୍ଗତଃ ରାୟଙ୍କ ପୁତୁରା ଇଂ ତାପସ ରାୟ ଓ ହେମେନ୍ଦ୍ର ରାୟ, ଭ୍ରାତା ରମାକାନ୍ତ ରାୟ, ଉମାକାନ୍ତ ରାୟ, ଲକ୍ଷ୍ମୀକାନ୍ତ ରାୟ ପରିଚାଳନା କରିଥିଲେ। ଶେଷରେ ସ୍ୱର୍ଗତଃ ରାୟଙ୍କ କନିଷ୍ଠ ପୁତ୍ର ମନୋଜ ରାୟ ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।