Odiapua.com

ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ବନ୍ଦ ହୋଇଯିବ ଗୋଟେ ବୁଥ; କାରଣ ସେ ବୁଥର ଭୋଟର ଥିଲେ ସେ ଜଣେ !

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ଗୋଟେ ବୁଥ ବନ୍ଦ ହୋଇଯିବ।କାରଣ ସେହି ବୁଥର ସଂପୃକ୍ତ ବ୍ୟକ୍ତି ଜଣଙ୍କ ଥିଲେ ଏକମାତ୍ର ଭୋଟର।ସେ ହେଲେ ଗୁଜୁରାଟର ଗିର ଜଙ୍ଗଲ ଭିତରେ ରହୁଥିବା ୬୯ ବୟସ୍କ ମହନ୍ତ ଭରତଦାସ ଦର୍ଶନଦାସ ବାପୁ।କିଡନୀ ସମସ୍ୟା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।ଭୋଟ ଦେବା ପାଇଁ ସ୍ୱତନ୍ତ୍ର ଭାବରେ ମହନ୍ତ ଭରତଦାସଙ୍କ ପାଇଁ ଜଙ୍ଗଲ ଭିତରେ ଏକ ବିଶେଷ ବୁଥ କରାଯାଇଥିଲା।ପ୍ରତ୍ୟେକ ଲୋକସଭା, ବିଧାନସଭା ଆଦି ନିର୍ବାଚନରେ ଭୋଟ ଦାନ କରି ଆସୁଥିବା ମହନ୍ତ ଭରତ ଦାସଙ୍କ କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ କହି କରିସାରିଛନ୍ତି।-ଦେବଦତ୍ତ ରଥ