Odiapua.com

ଜଣେ ନିରୀହା ୩୩ ଦୁର୍ବୃତ୍ତ, ୮ ମାସ ଧରି ଗଣଦୁଷ୍କର୍ମ – ହ୍ୱାଟ୍ସଆପ୍‌ ଗୃପ୍‌ କରି ୩୩ ଜଣ ଦେଖୁଥିଲେ ଭିଡ଼ିଓ – କିପରି ବିତୁଥିଲା ନାବାଳିକାର ଜୀବନ – ପଢ଼ନ୍ତୁ ଲୋମ ଟାଙ୍କୁରା କାହାଣୀ

ମୁମ୍ବାଇ ୨୪-୯ (ଓଡ଼ିଆ ପୁଅ) : ପ୍ରାୟ ୩୩ ଲୋକ ଆଠ ମାସ ପର୍ଯ୍ୟନ୍ତ ଜଣେ ନିରୀହ ବାଳିକା ଶିକାର ହୋଇଛନ୍ତି। ଏହି ମାମଲାରେ ବାହାରୁଥିବା ସୂଚନା ହୃଦୟ ବିଦାରକ ଅଟେ। ମୁମ୍ବାଇ ନିକଟସ୍ଥ ଥାନେରୁ ଆସିଥିବା ଭୟାନକ ତଥା ଆଶ୍ଚର୍ଯ୍ୟଜନକ ଖବର। ଜଣେ ନିରୀହାଙ୍କୁ ଆଠ ମାସ ଧରି ୩୩ ଜଣ ଲୋକ ଶିକାର କରିଥିଲେ, ଗଣ ଦୁଷ୍କର୍ମ କରିଥିଲେ। ଏପର୍ଯ୍ୟନ୍ତ ଏହି ମାମଲାରେ ୩୦ ଜଣଙ୍କୁ ଗିରଫ କରାଯାଇଛି।

ଏପରି ଏକ ଖବର ମୁମ୍ବାଇର ଉପାନ୍ତ ଥାନେରୁ ଆସିଛି, ଯାହା ଶୁଣିବା ଏବଂ ପଢିବା ପରେ ଆପଣଙ୍କୁ ଦୋହଲାଇ ଦେବ। ୩୩ ପୁରୁଷ ଏକ ନାବାଳିକାକୁ ଆଠ ମାସ ଧରି ନିରନ୍ତର ଧର୍ଷଣ କରୁଥିଲେ। ସେହି ଝିଅର ଏକ ଭିଡିଓ ପ୍ରସ୍ତୁତ କରାଯାଇଥିଲା ଏହା ପରେ ଆରମ୍ଭ ହୋଇଥିଲା ବ୍ଲାକମେଲିଂ। ଏହି ନାବାଳିକା ଝିଅକୁ ବ୍ଲାକମେଲ କରିବା ପାଇଁ ଏକ ହ୍ୱାଟ୍ସଅପ ଆପ୍ ଗୃପ୍‌ ସୃଷ୍ଟି ହୋଇଥିଲା ଏବଂ ଆଠ ମାସ ପାଇଁ। ହଁ, ଆଠ ମାସ ପର୍ଯ୍ୟନ୍ତ, ସେ ଏହି ଝିଅକୁ ଶିକାର କରିଥିଲେ ସେହି ନର ରାକ୍ଷସମାନେ।

ଜାନୁଆରୀ ୨୯ ରେ, ଜଣେ ଅଭିଯୁକ୍ତ ପୀଡିତାଙ୍କୁ ଡାକିଥିଲା। ପୀଡିତା ଏବଂ ଅଭିଯୁକ୍ତ ସକାଳ ୧୧ ଟାରେ ସାକ୍ଷାତ ହୋଇଥିଲେ। ଅଭିଯୁକ୍ତ ପୀଡିତାଙ୍କୁ ବନ୍ଧୁଙ୍କ ଘରକୁ ଯିବାକୁ କହିଥିଲା। ଅଭିଯୁକ୍ତ ଅଟୋ ଡ୍ରାଇଭର ପୀଡିତାଙ୍କୁ ତାଙ୍କ ଅଟୋରେ ନେଇ ଯାଇଥିଲା। ବାଟରେ ଅନ୍ୟ ଜଣେ ସମାନ ଅଟୋରେ ବସି ଉଭୟ ପୀଡିତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଯାଇଥିଲେ। ତାଙ୍କୁ ଫଟୋ ଦେଖାଇ ବ୍ଲାକମେଲିଂ କରିଥିଲେ। ଅଭିଯୁକ୍ତ ଦୁଷ୍କର୍ମ କରିଥିଲା ଏବଂ ୨ ଜଣ ଲୋକ ଏହାର ଭିଡିଓ କରିଥିଲେ। ପରେ ତିନିଜଣ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ। ଫେବୃଆରୀରେ ୧୫, ଚାରି ଜଣ ପୀଡିତାଙ୍କୁ ଦୁଷ୍କର୍ମ କରିଥିଲେ।

ପୀଡିତା ଭୟଭୀତ ହୋଇ ପରିବାର ସହିତ ଘର ବଦଳାଇଥିଲେ। ଅଭିଯୁକ୍ତ ଜଣକ ପୀଡିତାଙ୍କୁ ଫୋନ କରିଥଲା, ସେ ଫୋନ ଉଠାଇ ନଥିଲା। ଅଭିଯୁକ୍ତ ନମ୍ବର ବଦଳାଇ ପୀଡିତାଙ୍କୁ ଡାକିବାରେ ଲାଗିଲା। ଅଭିଯୁକ୍ତ ପୀଡିତାଙ୍କ ଘରେ ପହଞ୍ଚି ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଥିଲା। ଏକ ଫ୍ଲାଟ ଡୋମ୍ବିଭାଲିରେ ୯ ଜଣ ବ୍ୟକ୍ତି ପୀଡ଼ିତାଙ୍କୁ ଦୁଷ୍କର୍ମ କରିଥିଲେ। ଗୃପ୍‌ରେ ପୀଡିତାଙ୍କ ଅଶ୍ଳୀଳ ଭିଡିଓ ଲଗାଇ ବ୍ଲାକମେଲ କରାଯାଇଥିଲା। ନଭି ମୁମ୍ବାଇର ଏକ ଫ୍ଲାଟରେ ୧୧ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ। ସେପ୍ଟେମ୍ବର ପର୍ଯ୍ୟନ୍ତ ନଭି ମୁମ୍ବାଇ ଫ୍ଲାଟରେ ଅନେକ ଥର ଦୁଷ୍କର୍ମ କରିଥିଲେ। ୨୨ ସେପ୍ଟେମ୍ବର ୨୦୨୧ ରେ ପାଞ୍ଚ ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ। ମୁମ୍ବାଇ-ଥାନେ-ନଭି ମୁମ୍ବାଇର ଚାରୋଟି ସ୍ଥାନରେ ପୁଣି ଗଣ-ଦୁଷ୍କର୍ମ। ପୀଡିତାଙ୍କୁ ବ୍ଲାକମେଲ କରିବା ଏବଂ ତାଙ୍କୁ ଦୁଷ୍କର୍ମ କରିବା ଥିଲା ମୁଖ୍ୟ ଉଦ୍ଦ୍ୟେଶ୍ୟ। ବ୍ଲାକମେଲ ପାଇଁ ହ୍ୱାଟ୍ସଅପ ଆପ୍ ଗ୍ରୁପ୍ ତିଆରି କରାଯାଇଥିଲା।

ପୋଲିସ କାର୍ଯ୍ୟାନୁଷ୍ଠାନ

ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଯେଉଁଥିରେ ୩୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇ ନାବାଳକ ଅଛନ୍ତି। ସେମାନଙ୍କ ବିରୁଦ୍ଧରେ IPC ର ବିଭାନ୍ନ ଧାରା ଅନୁଯାୟୀ ମାମଲା ପଞ୍ଜୁକୃତ ହୋଇଥିବା ବେଳେ POCSO ଅଧିନିୟମ ଅନୁଯାୟୀ ମାମଲା ପଞ୍ଜିକୃତ ହୋଇଛି।