Odiapua.com

ଜଣେ କୋଭିଡ ଯୋଦ୍ଧା ସହ ୭୧ ନୂଆ କରୋନା ପଜିଟିଭି ଚିହ୍ନଟ

ମାଲକାନଗିରି,୧୨ା୫ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାରେ ପୁଣି ବୃଦ୍ଧିପାଇଛି କରୋନା ସଂକ୍ରମଣ,ଆଜି ଗୋଟିଏ ଦିନରେ ଜଣେ କୋଭିଡ ଯୋଦ୍ଧାଙ୍କ ସହ ୭୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬୨୦ କୁ ବୃଦ୍ଧିପାଇଛିି ଆକ୍ଟିଭ କେସ । ମାଲକାନଗିରି ପୌରପରିଷଦ ସହିତ ଅନ୍ୟାନ କରୋନା ସଂକ୍ରମଣ ସ୍ଥାନରେ ବ୍ୟାରିକେଟ ନିର୍ମାଣ ହୋଇ କଟେଂନମେଟଂ ଜୋନ କରାଯାଇଛି । ଆଜିର ୭୧ଜଣ କରୋନା ସଂକ୍ରମଣ ଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ ୮ଟି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ବ୍ଲକ ଅଚଂଳରୁ ୪ ଜଣ, କୋରକୁଣ୍ଡା ବ୍ଲକ ଅଚଂଳରୁ ୩ଜଣ,ମାଥିଲି ବ୍ଲକ ଅଚଂଳରୁ ୧୩ଜଣ, ଖଇରପୁଟ ବ୍ଲକ ଅଚଂଳରୁ ୨୦ଜଣ,କାଲିମେଳା ବ୍ଲକ ଅଚଂଳରୁ ୧୪ଜଣ,ପଡିଆ ବ୍ଲକ ଅଚଂଳରୁ ୨ଜଣ,ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ଚିହ୍ନଟ ୭୧ଜଣ ଙ୍କର ସାଧାରଣ ଜ୍ୱର ଲକ୍ଷଣ ଥିବାରୁ ସେମାନେ ଚିକିତ୍ସା ପାଇଁ ହସପିଟାଲକୁ ଯାଇଥିଲେ , ସେଠାରେ ତାଙ୍କର ପରୀକ୍ଷାରୁ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୩୧୩ ରେ ପହଁଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୫୬୬୫ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଇତି ମଧ୍ୟରେ ଜିଲ୍ଲାରେ ୨୮ ଜଣ ଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ଆଜିର ଚିହ୍ନଟ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ଘର ଘର ବୁଲି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନ ଓ୍ୟାର୍ଡି କର୍ମୀ ମାନେ ତାହାର ଜାଚଂ କରିବା ସହ କେହି ନୁଆ ଲୋକ ଆସିଛନ୍ତି କି ଘରେ କାହାକୁ ଥଣ୍ଡା,କାଶ ଜ୍ୱର ହେଉଛି କି ନାହିଁ ତାହାର ତଥ୍ୟ ସଂଗ୍ରହ କରୁଛନ୍ତି । କୋଭିଡ ନିୟମ ପାଳନ କରିବା ସହ ମାସ୍କପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା ଆଦି କରୋନା କଟକଣା କୁ ମାନିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।