Odiapua.com

ଜଣେ କୋଭିଡ ଯୋଦ୍ଧାଙ୍କ ସହ ୨୧ ଜଣ ନୂଆ ପଜିଟିଭ ଚିହ୍ନଟ,ଜିଲ୍ଲାରେ ଆକ୍ରାନ୍ତ ଙ୍କ ସଂଖ୍ୟା ୨୬୨୮ଜଣ, ସୁସ୍ଥହେଲେ ୨୪୦୩

ମାଲକାନଗିରି,୯ା୯(ଓଡିଆ ପୁଅ ) ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସପାଇବାରେ ଲାଗିଛି,ଆଜି ଜଣେ କୋଭିଡ ଯୋଦ୍ଧାଙ୍କ ସହ ୨୧ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ବୁଧବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୨୮ଜଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୪୦୩ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି, ଅନ୍ୟ ୨୧୭ ଜଣ କରୋନା ସଂକ୍ରମିତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି,ଜିଲ୍ଲାରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ନୂଆ ଚିହ୍ନଟଙ୍କ ମଧ୍ୟରୁ ୬ଜଣ ପୁବ ର୍ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଛନ୍ତି,୧୦ ଜଣଙ୍କର ରୋଗର ଲକ୍ଷଣ ଅଛି ,୫ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଚଂଳରୁ ୧୨ଜଣ,ବାଲିମେଳା ଏନଏସି ଅଚଂଳରୁ ଜଣେ,ମାଲକାନଗିରି ବ୍ଲକଅଚଂଳରୁ ଜଣେ,କୋରକୁଣ୍ଡା ବ୍ଲକ ଅଚଂଳରୁ ଜଣେ ,କାଲିମେଳା ବ୍ଲକ ଅଚଂଳରୁ ୨ଜଣ ,ଖଇରପୁଟ ବ୍ଲକ ଅଚଂଳରୁ ଜଣେ,ମାଥିଲି ବ୍ଲକ ଅଚଂଳରୁ ୨ଜଣ,ପଡିଆ ବ୍ଲକ ଅଚଂଳ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୧ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି ।