Odiapua.com

ଜଣେ କରୋନା ଯୋଦ୍ଧାଙ୍କ ସହ ୧୩ ଜଣ ନୂଆ ପଜିଟିଭ ଚିହ୍ନଟ, ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୪୧୮, ସୁସ୍ଥହେଲେ ୧୯୧୬ ଜଣ

ମାଲକାନଗିରି, ୨ା୯ (ଓଡିଆ ପୁଅ ) କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାସ୍କ ବ୍ୟବହାର, ସାମାଜିକ ଦୂରତା ଅବଲମ୍ବନ, ଅଯଥା ଜନଗହଳି ନକରିବା ଓ କୋଭିଡ୧୯ ନିୟମପାଳନ କରିବା ପାଇଁ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସହର ଠାରୁ ଆରମ୍ଭ କରି ଗାଁ ଗହଳି

ପର୍ଯ୍ୟନ୍ତ ଜନ ସଚେତନତାର ବାର୍ତ୍ତା ଦେଇ ଚାଲିଛନ୍ତି। ଜନସାଧାରଣ କୋଭିଡ ନିୟମପାଳନ କରୁଥିବାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନହେଲା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି, ଆଜି ଜିଲ୍ଲାରେ ଜଣେ କରୋନା ଯୋଦ୍ଧାଙ୍କ ସହ ମାତ୍ର ୧୩ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଚିହ୍ନଟଙ୍କ ମଧ୍ୟରୁ ୪ ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୮ ଜଣଙ୍କର ରୋଗର ଲକ୍ଷଣ ଥିଲା ଓ ଜଣେ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତିି। ମାଲକାନଗିରି ପୌରପରିଷଦ ଅଚଂଳରୁ ୭ ଜଣ, ବାଲିମେଳା ଏନଏସି ଅଚଂଳରୁ ଜଣେ, କାଲିମେଳା ବ୍ଲକ ଅଚଂଳରୁ ୨ ଜଣ, ମାଲକାନଗିରି ବ୍ଲକଅଚଂଳରୁ ଜଣେ, ମାଥିଲି ବ୍ଲକ ଅଚଂଳରୁ ଜଣେ, ଚିତ୍ରକୋଣ୍ଡା ବ୍ଲକ ଅଚଂଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ସଂକ୍ରମିତ ୧୩ ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୧୮ଜଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୯୧୬ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୪୯୫ ଜଣ କରୋନା ଆକ୍ରାନ୍ତ କୋଭିଡ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି। ଇତିମଧ୍ୟରେ ଜିଲ୍ଲାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି। ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୧୩ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି। କରୋନା ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି। ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ସହରର ବିଭିନ୍ନ ଛକସ୍ଥାନରେ ଜଗିରହି ମାସ୍କ ପରିଧାନ ନକରି ସାମାଜିକ ଦୂରତା ଅବଲମ୍ବନ ଠିକ ଭାବେକରୁନଥିବା ଓ କୋଭିଡ୧୯ ନିୟମ ମାନୁନଥିବା ଅମାନିଆ ମାନଙ୍କ ଠାରୁ ଫାଇନଆଦାୟ କରୁଥିବାର ଦେଖିବାକୁ ମିଳିଛି।