Odiapua.com

ଜଟଣୀ ରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ବିଧାୟକ

ଜଟଣୀ ୨୨.୪ (ଓଡ଼ିଆ ପୁଅ) ସମଗ୍ର ବିଶ୍ୱରେ ତଥା ଦେଶ ଓ ରାଜ୍ୟରେ ଦେଖାଦେଇଥିବା କୋରୋନା ମହାମାରିକୁ ପ୍ରତିହତ କରିବାପାଇଁ ନିୟମ ଲାଗୁହୋଇଥିବା ଲକଡାଉନ କୁ ମାନି ଅଧିକାଂଶ ଗରିବ ଶ୍ରେଣୀର ଲୋକେ ଖାଦ୍ୟବିନା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇଦିଆଯାଉଥିବା ଖାଦ୍ୟ ପ୍ରଯ୍ୟାପ୍ତ ହେଉନଥିବାରୁ ଦୀର୍ଘ ୧୫ ଦିନରୁ ଉର୍ଦ୍ଧ ଦିନ ଧରି ଜଟଣୀ ନାଗରିକ କମିଟି କ୍ୟାପଟେନ ମନ୍ମଥ ରାଉତରାୟଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ବଣ୍ଟନ ଜାରୀରଖିଥିବା ବେଳେ ଆଜି ଶ୍ରୀବତ୍ସ ପାଠାଗାର ଠାରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗଦେଇ ଉପସ୍ଥିତ ଗରିବ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା, ହାତ ବାରମ୍ବାର ଧୋଇବାସହ ସାମାଜିକ ଦୂରତା କୁ ମାନି ଚଳିବା ପାଇଁ ସଚେତନ ବାର୍ତ୍ତା ଦେଇଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ରାଉତରାୟ, କ୍ୟାପଟେନ ମନ୍ମଥ ରାଉତରାୟ ପ୍ରମୁଖ ଗରିବ ଲୋକ ଲୋକମାନଙ୍କୁ ପ୍ରମୁଖ ଅତ୍ୟାବଶ୍ୟକ ସାମଗ୍ରୀ (ଆଳୁ, ପିଆଜ, ତେଲ, ଅଟା, ଡାଲି, ସାବୁନ, ବିସ୍କୁଟ) ସହ ମାସ୍କ, ସାନିଟାଇଜର ଇତ୍ୟାଦି ପ୍ରାୟ ୩୦୦ ପରିବାରଙ୍କୁ ବଣ୍ଟନ କରାଯାଇଥିଲା।ଏହି ବଣ୍ଟନ କାର‌୍ୟ୍ୟକର୍ମରେ ସୁଲୁ ରଥ, ଲିଟୁ ଶତପଥି, ସମ୍ବିତ ମଙ୍ଗରାଜ, କଳିଙ୍ଗ ସାହୂ, ଏମ ଡି ନାଜିଦ, ରାଜେଦ୍ର ମହାରଣା ଉପସ୍ଥିତ ରହି ସହଯୋଗ କରିଥିଲେ।