Odiapua.com

ଜଙ୍ଘିରା ଷ୍ଟେଟ୍ ବ୍ୟାଙ୍କ ଶାଖାର ମନମୁଖୀ କାର୍ଯ୍ୟ, ବଢୁଛି ଜନ ଅସନ୍ତୋଷ, ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି

ହରିଚନ୍ଦନପୁର,ତା ୧୮ ମଇ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକ୍ ଅନ୍ତର୍ଗତ ଜଙ୍ଘିରା ନିକଟବର୍ତ୍ତୀ ସମସ୍ତ ଅଞ୍ଚଳର ହଜାର ହଜାର ଲୋକ ଜଙ୍ଘିରା ଷ୍ଟେଟ୍ ବ୍ୟାଙ୍କ ଶାଖା ଉପରେ ଟଙ୍କା ନେଣ ଦେଣ ପାଇଁ ନିର୍ଭର କରିଥାନ୍ତି । କିନ୍ତୁ କୋଭିଡ୍ ମହାମାରୀ ପାଇଁ ବ୍ୟାଙ୍କ ଗୁଡିକ ସକାଳ ୧୦ଟା ଠାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲୁ କରିବାକୁ ସରକାରୀ ନିୟମ ରହିଥିବା ସୂଚନା ରହିଛି । ହେଲେ ଉକ୍ତ ଶାଖାର ପରିଚାଳକ ବନ୍ଦନା ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ମନମୁଖୀ ଭାବେ ଦିବା ୧୧ଟାରୁ ୧୧ଟା ୩୦ମି ସମୟରେ ପହଞ୍ଚି ବ୍ୟାଙ୍କ କାର୍ଯ୍ୟରେ ଯୋଗ ଦେଉଥିବା ଅଭିଯୋଗ ହୋଇଛି । ବିଳମ୍ବରେ ବ୍ୟାଙ୍କ କାର୍ଯ୍ୟ ଆରମ୍ଭ ଯୋଗୁଁ ଦୂରଦୁରାନ୍ତରୁ ଆସୁଥିବା ଆଦିବାସୀ ଲୋକ ସହ ଅନ୍ୟାନ୍ୟ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଏହି ଘଟଣା ଉପରେ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ ଯଥାଶୀଘ୍ର ନିର୍ଦ୍ଧାରିତ ସମୟରେ ଶାଖା କାର୍ଯ୍ୟଳୟ ଖୋଲାଇବାକୁ ଅଞ୍ଚଳବାସୀଙ୍କ ଦାବି ହୋଇଛି । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଏଠାକାର ଜନସାଧାରଣ ରାଜ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।