Odiapua.com

ଜଙ୍ଗଲ ଭିତରେ ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର

ଯୋଡା, ୦୨- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁ ଜଙ୍ଗଲରୁ ଗୁରୁବାର ଦିନ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକ ଜଣଙ୍କ ହେଉଛନ୍ତି ବଡବିଲ ପାଲ ହଟିଂର ରାଜୁ କାରୁଆ (ନବୀନ) । ମୃତ ରାଜୁ କାରୁଆର ମୁଣ୍ଡ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଅନେକ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଥିବା ବେଳେ ମୃତକଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି । ପୁଷ୍ପାଞ୍ଜଳିଙ୍କ କହିବା ମୁତାବକ ବୁଧବାର ଦିନ ୧୦ଟା ବେଳେ ସେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ । ଗୁରୁବାର ସକାଳୁ ଜଙ୍ଗଲକୁ କିଛି ଲୋକ ଯାଇଥିବା ବେଳେ ରାଜୁଙ୍କର ମୃତ ଦେହ ସେଠାରେ ପଡିଥିବା ଦେଖି ତାଙ୍କୁ ଖବର ଦେଇଥିଲେ । ଖବର ପାଇଁ ସ୍ତ୍ରୀ ପୁଷ୍ପାଞ୍ଜଳି ନିଜ ବସ୍ତିର କିଛି ଲୋକଙ୍କ ସାହାଯ୍ୟରେ ମୃତ ଦେହକୁ ଏକ ଖଟରେ ପକାଇ ଘରକୁ ନେଇଆସିବାକୁ ଚେଷ୍ଟା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇଁ ବଡବିଲ ପୁଲିସ ସେଠାରେ ପହଞ୍ଚିଶବଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଏହି ଅମାନୁଶିକ ହତ୍ୟାକାଣ୍ଡ ପଛରେ ଅନେକ କିଛି ରହସ୍ୟ ଥିବା ପୁଲିସର ପ୍ରଥାମିକ ତଦନ୍ତରୁ ଜଣାପଡିଛି ।