Odiapua.com

ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଥିବା ମୃତ ମହିଳାଙ୍କ ପରିଚୟ ମିଳୁନି

ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼୍ ବ୍ଳକ ଅନ୍ତର୍ଗତ ପାଣିପଇଲା ଜଙ୍ଗଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ପୁଲିସ ଅନୁସନ୍ଧାନ ଚଳାଇଛି। ତେେବ ମୃତଦେହ ଉଦ୍ଧାର ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ଅନୁସନ୍ଧାନ ଜୋରଦାର ହେଉନଥିବା ଅଭିଯୋଗ ହେଉଛି। ମୃତ ମହିଳା କିଏ, ତାଙ୍କର ଘର କେଉଁଠି, କିଏ କେଉଁଠି କେଉଁ ପରିସ୍ଥିତିରେ ଆଣି ଏହି ଜଙ୍ଗଲରେ ମୃତ ମହିଳାଙ୍କୁ ପକାଇଛି ଜାଣିବା ପାଇଁ ସ୍ଥାନୀୟ ଲୋକେ ଆଶା ବ୍ୟକ୍ତ କରିଛନ୍ତି।