Odiapua.com

ଜଙ୍ଗଲ କ୍ଷୟ ଅପେକ୍ଷା ଜଙ୍ଗଲ ସଂରକ୍ଷଣ ଅଧିକ ନିଯୁକ୍ତି ସୃଷ୍ଟି କରିବ : ଡକ୍ଟର ରାମଚନ୍ଦ୍ର ଖୁଂଟିଆ

ଭୁବନେଶ୍ୱର ୧୯-୧୧ (ଓଡ଼ିଆ ପୁଅ) ଜଙ୍ଗଲ କ୍ଷୟ ଅପେକ୍ଷା ଜଙ୍ଗଲ ସଂରକ୍ଷଣ ଅଧିକ ନିଯୁକ୍ତି ସୃଷ୍ଟି କରିବ ଓ ଜାତୀ ସଂଘର ଅର୍ଥନିତି ୨୦୧୭ରେ ଅନୁଷ୍ଠିତ ଅର୍ଥନିତିକ ଓ ସାମାଜିକ ପରିଷଦର ଯୋଜନା ଅନୁଯାୟୀ ୨୦୩୦ ସୁଧା ସାରା ପୃଥିବୀରେ ୧୨୦ ମିଲିୟନ ହେକ୍ଟର ଅଧିକ ଜଙ୍ଗଲ ସୃଷ୍ଟି କରିବା ଧାର୍ଯ୍ୟ ଓ ଲକ୍ଷ ପୂରଣ ହେଲେ ଜଳବାୟୁର ସ୍ଥିତିର ବଜାୟ ରଖିବା ସଂଗେ ସଂଗେ ଜଙ୍ଗଲରେ ରହୁଥିବା ଆଦିବାସୀ ଓ ଅଧିବାସୀଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ। ଏଣୁ ଶ୍ରମିକ କର୍ମଚାରୀ ମାନଙ୍କର ଅଧିକାର ସୁରକ୍ଷା ପାଇଁ ସଂଗ୍ରାମ ଜାରୀ ରଖିବା ସହିତ ଜଙ୍ଗଲରେ କାମ କରୁଥିବା ଶ୍ରମିକମାନେ ଜଙ୍ଗଲ ସୁରକ୍ଷା ପାଇଁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଆଜି ଭୁବନେଶ୍ୱରସ୍ଥିତ ଗାଡ଼କଣ ଠାରେ ଓଡ଼ିଶା ଫରେଷ୍ଟ ଆଣ୍ଡ ମାଇନର ଫରେଷ୍ଟ ପ୍ରଡ଼ିୟୁସ୍ ୱାର୍କସ୍ ୟୁନିଅନ ତରଫରୁ ଆୟୋଜିତ ଏକ କର୍ମଶାଳା ଉଦ୍‌ଘାଟନ କରି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସାଧାରଣ ସଂପାଦକ କିଶୋର ଜେନା ସ୍ୱାଗତ ଭାଷଣ ଦେବା ସଂଗେ ସଂଗେ୍ କର୍ମଶାଳା ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ। କର୍ମଶାଳାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ମଦନ ମୋହନ ଧଳ, ପ୍ରଶାନ୍ତ ମହାପାତ୍ର, ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କ୍ରିପାଠୀ, କୋଷାଧ୍ୟକ୍ଷ ଧରଣୀଧର ସ୍ୱାଇଁ, ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସଭାପତି ସତ୍ୟବ୍ରତ ନାୟକ, ଏଲିସ୍ ମିଞ୍ଜ୍‌, ଯବାମଣି ଟୁଡ଼ୁ, ଆଲୋଚନାରେ ଭାଗ ନେଇଥିଲେ। ପରିଶେଷରେ ରାଜ୍ୟ ସଭାନେତ୍ରୀ ପ୍ରଣତି ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କର୍ମଶାଳାରେ ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ପୁରୀ, ବାଲେଶ୍ୱର, ସୋନପୁର, ରାୟଗଡ଼ା, ସମ୍ବଲପୁର, କଟକ, ଖୋର୍ଦ୍ଧା, ବ୍ରହ୍ମପୁର, କେନ୍ଦୁଝର, ସୁନ୍ଦରଗଡ଼ ପ୍ରଭୁତି ଜିଲ୍ଲାରୁ ମହିଳା ପ୍ରତିନିଧିମାନେ ଯୋଗ ଦେଇଥିଲେ।