Odiapua.com

ଜଙ୍ଗଲ ପାଇଁ କାଳ ହେଲା ଲକ୍ ଡାଉନ୍, ବଡ଼ବିଲରେ କାଠ ମାଫିଆ ସକ୍ରିୟ, ଚାଲିଛି ବେଧଡକ ହଜାର ହଜାର ଗଛ କଟା

ବଡ଼ବିଲ ,ତା ୦୮ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ମହାମାରୀ କରୋନା ଭୟରେ ବିଶ୍ୱରେ ଥରହର, ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ ନିୟମ ଲାଗୁ କରାଯାଇଛି । ଏହିକୁ ଓଡ଼ିଶା ସରକାର ରାଜ୍ୟ ସମସ୍ତ ଜିଲ୍ଲାରେ କଡ଼ାକଡ଼ି କରାଇଛନ୍ତି । ଲକ୍ ଡାଉନରେ ସମସ୍ତେ ଘରେ ରହିଥିବା ବେଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ କାଠ ମାଫିଆମାନେ ସକ୍ରିୟ ହେଇ ଉଠୁଛିନ୍ତି । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କେନ୍ଦୁଝରର ଜଙ୍ଗଲରୁ କାଠ କାଟି ମାଫିଆମାନେ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବଡ଼ବିଲରେ ହଜାର ହଜାର ଗଛ କାଟି ମାଫିଆମାନେ ବର୍ତ୍ତମାନ ସକ୍ରିୟ ହେଲେଣି । ଏଅଞ୍ଚଳର ଜଙ୍ଗଲରୁ ହଜାର ହଜାର ଗଛ କଟାଯାଇଥିବା ଦେଖି ସମାଜସେବୀ ଅଶୋକ ଠକର, ଗଣେଶ ପାତ୍ର, ଦିଲୁ ସ୍ୱାମୀ, ବିକାଶ ଦାସ ମିଳିତ ଭାବେ ବନ ଉପଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜୀବ ଜଗତକୁ ଭରପୁର ଅମ୍ଳଜାନ ଦେଇ ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ୟାସ ଗ୍ରହଣ କରି ସହରକୁ ପ୍ରଦୂଷଣ ମୁକ୍ତ କରିବାରେ ସାହାର୍ଯ୍ୟ କରୁଥିବା ଗଛଗୁଡିକୁ ବନବିଭାଗର ଉଦାସୀନତା ଯୋଗୁଁ ମାଫିଆ ମାନେ ନଷ୍ଟ କରିବାରେ ଲାଗିପଡ଼ିଛନ୍ତି । ଏଥିସହ ମାଫିଆମାନେ ବନବିଭାଗ ଆଖିରେ ଧୂଳି ଦେଇ ଜଙ୍ଗଲକୁ ନିଜ ପୈତୃକ ସମ୍ପତ୍ତି ଭାବି ଅକ୍ତିଆର କରିବାକୁ ବସିଛନ୍ତି । ଏଥିପ୍ରତି ବନବିଭାଗର ଉଚ୍ଚପଦସ୍ଥ ଅଧିକାରୀ ଦୃଷ୍ଟି ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଇ ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଇବା ସହ ଜଙ୍ଗଲର ସୁରକ୍ଷା ନିମନ୍ତେ ଉଚିତ୍ ପଦକ୍ଷେପ ନେବାକୁ ଏଅଞ୍ଚଳବାସୀଙ୍କ ଦାବି ହୋଇଛି ।