Odiapua.com

ଜଙ୍ଗଲରେ ନିଆଁ

ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଦୁନିଆରେ ଏମିତି ଅନେକ ଜଙ୍ଗଲ ରହିଛି, ଯାହାକି ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ରହସ୍ୟମୟ ମଧ୍ୟ। ଏଭଳି ଏକ ଜଙ୍ଗଲ ରହିଛି ଦକ୍ଷିଣ ଆମେରିକାର ବ୍ରାଜିଲ ସହରରେ, ଯାହାକୁ କୁହାଯାଉଛି ଦୁନିଆର ସବୁଠାରୁ ବଡ଼ ଜଙ୍ଗଲ(ବର୍ଷା ବନ)। ତେବେ ଏହି ଜଙ୍ଗଲ ଗତ ୨ ସପ୍ତାହ ହେବ ହୁତୁହୁତୁ ହୋଇ ଜଳୁଛି। ନିଆଁ ଏଭଳି ଭୟଙ୍କର ଭାବେ ଲାଗିଛି ଯେ, ଯାହା ଲିଭିବାକୁ ନାଁ ନେଉନାହିଁ।

ଟୁଇଟରରେ ଏବେ #PrayforAmazonas ଖୁବ୍‌ ଟ୍ରେଣ୍ଡ କରୁଛି। ଲୋକେ ଏହା ଜରିଆରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ବ୍ରାଜିଲ ସରକାର ଏବଂ ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ଅପିଲ କରୁଛନ୍ତି। ସାରା ବିଶ୍ୱର ଲୋକେ ସୋସିଆଲ ମିଡିଆରେ ଜଙ୍ଗଲରେ ଲାଗିଥିବା ନିଆଁର ଫଟୋ ଏବଂ ଭିଡିଓ ସେୟାର କରିବାରେ ଲାଗିଛନ୍ତି।

ଏହି ଜଙ୍ଗଲର ନାମ ହେଉଛି ‘ଆମାଜନ’, ଯାହାକୁ ‘ପୃଥିବୀର ଫୁସଫୁସ’ ବୋଲି କୁହାଯାଏ। ଆପଣ ଜାଣି ଚକିତ ହେବେ ଯେ ପୃଥିବୀର ମୋଟ ଅକ୍ସିଜେନର ୨୦ ପ୍ରତିଶତ ଭାଗ ଏହି ଜଙ୍ଗଲରୁ ହିଁ ମିଳିଥାଏ। ଏଠାରେ ଚଉଡ଼ା ପତ୍ର ଏବଂ ଓଦାଯୁକ୍ତ ବୃକ୍ଷ ରହିଛି, ଯାହାକି ୭୦ ଲକ୍ଷ ବର୍ଗ କିଲୋମିଟର ଅର୍ଥାତ୍‌ ୧.୭ ବିଲିୟନ ଏକର ଯାଏ ପରିବ୍ୟାପ୍ତ। ଜଙ୍ଗଲ ଏତେ ବିଶାଳ ଯେ ଏହା ଏକାକୀ ୯ ଦେଶର ସୀମାକୁ ଛୁଉଁଛି। ଏଠାରେ ଦିନରେ ଅନ୍ଧାରମୟ ରହିଥାଏ। କାରଣ, ଏହି ଜଙ୍ଗଲ ଦେଖିବାକୁ ବହୁତ ଭୟାନକ ଲାଗିଥାଏ। କୁହାଯାଏ କି, ଯଦି କେହି ଫସିଯାଏ, ତା’ହେଲେ ଫେରିବା ହୁଏତ ସମ୍ଭବ ହୋଇ ନ ଥାଏ।