Odiapua.com

ଜଙ୍ଗଲରୁ ପୋଡା କଙ୍କାଳ ଉଦ୍ଧାର, ହତ୍ୟା ଅଭିଯୋଗରେ ମା ଓ ଝିଅ ଥାନାରେ ଅଟକ

ମାଲକାନଗିରି,୧ା୧(ଓଡିଆ ପୁଅ )  ଆଜି ସକାଳେ ମାଲକାନଗିରି ପୁଲିସ ଏକ ଜଙ୍ଗଲରୁ ପୋଡା କଙ୍କାଳ ଉଦ୍ଧାର କରିହତ୍ୟା ଅଭିଯୋଗରେ ମା ଓ ଝିଅ ଙ୍କୁ ଥାନାରେ ଅଟକ ରଖି ପଚରା ଉଚାରା ଚଳାଇଛନ୍ତି । ମାଲକାନଗିରି ଥାନାସ୍ଥ କାମବେଢା ପଚାଂୟତ ନିକଟ ବର୍ତି ବାଳକାଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେହି ଗ୍ରାମର ପଦିଆ ମାଡକାମି ନାମକ ବ୍ୟକ୍ତି ଗତ ମାସ ୭ତାରିଖରୁ ନିଖୋଜ ହୋଇ ଯାଇଥିଲେ । ସେ ଆନ୍ଦ୍ର ପ୍ରଦେଶରେ କାମକରୁଥିବାରୁ ତାଙ୍କ ପରିବାର ଓ ଗ୍ରାମବାସୀ ମାନେ ଭାବିଥିଲେ ଆନ୍ଦ୍ରକୁ ପଳାଇଛନ୍ତି । ଗ୍ରାମର କିଛି ଲୋକ ଗତକାଲି ସନ୍ଧ୍ୟାରେ ବାଳକାଟି ଏମଭି୧୮ ଗ୍ରାମ ଜଙ୍ଗଲ ରୁ ଦୁର୍ଗନ୍ଧ ଆସୁଥିବାରୁ ସେମାନେ ଜଙ୍ଗଲ  କୁ ଯାଇ ଦେଖିଲେ ଅଧା ପୋଡା ଅବସ୍ଥାରେ ଜଣେ ମଣିଷର କଙ୍କାଳ ପଡିଛି । ଆଜି ସକାଳେ ଏ ସଂପର୍କରେ ମାଲକାନଗିରି ଥାନାରେ ଜଣାଇବାରୁ ଡିଏସପି ଦିଲ୍ଲୀପଦାଶ,ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ,ସବଇନିସପେକ୍ଟର ମାନସ ରଜଂନ ସ୍ୱାଇଁ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚିଥିଲେ । ଜଙ୍ଗଲରୁ ଅର୍ଦ୍ଦ ଦଗ୍ଧ କଙ୍କାଳ ଉଦ୍ଧାର କରି ଚିହ୍ନଟ କରିବା ପାଇଁ ଗ୍ରାମବାସୀମାନଙ୍କୁ ଡାକି ଥିଲେ ।ବାଳକାଟି ଗ୍ରାମର ନିଖୋଜ ପଦିଆ ମାଡକାମିର ଏହି କଙ୍କାଳ ବୋଲି ତାଙ୍କ ପରିବାର ଚିହ୍ନଟ କରିଥିଲେ ।ପୁଲିସ ଉକ୍ତ କଙ୍କାଳକୁ ଜବତ କରି ପୋଷ୍ଟମଟମ ପାଇଁ କୋରାପୁଟ ଏଫଏମଟି କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି । କଙ୍କାଳ ଜବତର କିଛି ଘଟାଂପରେ ହତ୍ୟା ରହସ୍ୟର ପରଦା ଫାସ ହୋଇଥିଲା । ମୃତ ଙ୍କ ପୁତୁରା ଏହି ହତ୍ୟା ପଦିଆଙ୍କ ସ୍ତ୍ରୀ ଓ ଝିଅ କରିଛନ୍ତି ବୋଲି ଥାନାରେ ଜଣାଇ ବା ପରେ ପୁଲିସ  ସେ ମା ଓ ଝିଅ ଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇଛନ୍ତି । ପଦିଆ ମାଡକାମି ଆନ୍ଦ୍ରପ୍ରଦେଶରେ କାମକରନ୍ତି , ସେ ଘରକୁ ଆସିଲେ ମଦପିଇ ସବୁବେଳେ ନିଜ ସ୍ତ୍ରୀ ଓ ଝିଅକୁ ମାଡଦେଇ,ନାନା ପ୍ରକାର ଅତ୍ୟାଚାର କରିଥାନ୍ତି । ଗତ ୭ତାରିଖରେ ପଦିଆ ମାଡକାମି ଅତ୍ୟଧିକ ମଦ୍ୟପାନକରି ଘରକୁ ଆସି ତାଙ୍କ ସ୍ତ୍ରୀ ଓ ଝିଅ ଙ୍କୁ ଅଭଦ୍ରଭାଷାରେ ଗାଳିଗୁଲଜକରି ନିସ୍ତୁକ ମାଡଦେଇ ଥିଲେ ।କେତେ ଦିନ ପଦିଆଙ୍କ ଅତ୍ୟାଚାର ସହିବେ ଭାବି ମା ଓ ଝିଅ ପଦିଆଙ୍କୁ ରାସ୍ତାରୁ ହଟାଇବା ପାଇଁ ଉପାୟପାଚିଂଥିଲେ । ପଦିଆ ମଦନିଶାରେ ଶୋଇପଡିବା ପରେ ତାଙ୍କ ବେକକୁ ଚିପି ମା ଓ ଝିଅ ମାରିଦେଇଥିଲେ । ସେ ମରିଗଲାପରେ ନିକଟସ୍ଥ ଏମଭି୧୮ ଗ୍ରାମ ପାଖ ଜଙ୍ଗଲକୁ ନେଇ ପାଳ ଓ କାଠ ପକାଇ ନିଆଁ ଲଗାଇ ପୋଡିଦେଇଥିବାର ପୁଲିସ ନିକଟରେ ସେମାନେ କହିଛନ୍ତି । ପଦିଆ ଗ୍ରାମରେ ନଥିବାରୁ ସେ ପୁଣି ଆନ୍ଦ୍ରପ୍ରଦେଶକୁ କାମକରିବା କୁ ପଳାଇ ଯାଇଥାଇ ପାରେ ବୋଲି ଗ୍ରାମବାସୀ ମାନେ  ଭାବିକି ଚୁପ ରହି ଯାଇଥିଲେ । ଗତକାଲି ସନ୍ଧ୍ୟାରେ ଜଙ୍ଗଲରୁ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀ ମାନେ ଏ କଥା ଜାଣିପାରିଥିଲେ,ପୁଲିସ ଅଭିଯୁକ୍ତ ମା ଓ ଝିଅ ଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବାସହିତ ଏହି ଘଟଣାରେ ଆଉକାହର ହାତ ଅଛିକି ନାହିଁ ସେ ସଂପର୍କରେ ଅଧିକ ତଦନ୍ତ ଚଳାଇଛନ୍ତି ।