Odiapua.com

ଜଙ୍ଗଲଜମି ପଟା ଦାବିନେଇ ଦିଦାୟୀ ଜନଜାତି ରାଜା ରାଜୁଡାଙ୍କ ଅମଳରୁ ପାଇଥିବା କାଠ ହାତପଟା ଧରି ଜିଲ୍ଲାପାଳଙ୍କୁ ଭେଟିଲେ

ମାଲକାନଗିରି, ୩୦ା୧୦(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଗିସିଂଗୁଡା ପାହଡ ଉପରେ କେଉଁ ଆବାହନ କାଳରୁ ବସବାସ କରିଆସୁଥିବା ଆଦିମ ଦିଦାୟୀ ଜନଜାତି ଜଙ୍ଗଲଜମି ପଟା ଦାବିନେଇ ପୁବ ର୍ପୁରୁଷଙ୍କୁ ରାଜା ରାଜୁଡା ମିଳିଥିବା କାଠ ହାତପଟା ଧରି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଚଂଳରେ ଜଙ୍ଗଲଜମିରେ ବସବାସ କରୁଥିବା ଗରିବ ଆଦିବାସୀଙ୍କୁ ଜଙ୍ଗଲ ଜମିପଟା ଦେବାପାଇଁ କେନ୍ଦ୍ର ଓ ରାଜ୍ୟସରକାର ନିସ୍ପତି ନେଇଥିବା ବେଳେ ମାଲକାନଗିରି ଜିଲ୍ଲାର ଗିସିଂଗୁଡା ଗ୍ରାମର ଆଦିମ ଦିଦାୟୀ ଆଦିବାସୀ ଲୋକମାନେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଦହେବ ଜଙ୍ଗଲ ଜମିପଟା ପାଇଁ ଦୈଡୁଛନ୍ତି। କୋରକୁଣ୍ଡା ବ୍ଲକସ୍ଥ ନାକାମାମୁଡି ପଚାଂୟତର ଗିସିଂଗୁଡା ଗ୍ରାମର ୭୭ଟି ଆଦିବାସୀ ପରିବାରଙ୍କୁ ଜଙ୍ଗଲଜମି ପଟା ଦିଆଯାଇ ନଥିବାରୁ ସେମାନେ ଜମିପଟା ପାଇଁ ବ୍ଲକ, ତହସିଲ ଅଫିସକୁ ଦୀର୍ଘ ୪ ବର୍ଷହେଲା ଯାଇ ଯାଇ ନିରାଶ ହେବାପରେ ଆଜି ମାଲକାନଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳ କୁ ଆସି ଦରଖାସ୍ତ ଦେଇଛନ୍ତି। କେବଳ ଦରଖାସ୍ତ ନୁହଁ ସେଥି ସହିତ ସେମାନେ ବହୁରୁଣା କାଠପଟା ପ୍ଲେଟ ହାତରେ ଧିର ଆସିଥିଲେ। ଜମି ପଟା ବଦଳରେ ସେମାନଙ୍କ ପୁର୍ବ ପୁରୁଷ ମାନଙ୍କୁ ଆଗରୁ ରାଜା ମାନେ କାଠପଟାରେ ତିଆରି ପ୍ଲେଟ ଦେଇଥିଲେ। ଯହା ପାଖରେ ସେହି ପଟା ଥିଲା ସେ ଜମିର ମାଲିକ ବୋଲି ପ୍ରମାଣିତ ହେଉଥିଲା, ଏବେ ସରକରା ନିମୟମ କରିଛି ଜଙ୍ଗଲ ଜମିପଟା ନଥିଲେ ସେମାନଙ୍କ ପିଲା ଙ୍କୁ ଆଦିବାସୀ ଜାତିଗତ ପ୍ରମାଣ ପତ୍ର କି ସରକାରି ସୁବିଧା ମିଳିବନାହିଁ। ଜାତିଗତ ପ୍ରମାଣ ପତ୍ର ନଥିବାରୁ ଗାଁର କେହି ବି ଜଣେ ପିଲା ମେଟ୍ରୀକ ପାସ କରିପାରିନାହିଁ, ତେଣୁ ଆମେ ସେହି କାଠପଟା ଧରି ଜିଲ୍ଲାପାଳଙ୍କ ନିକଟକୁ ଆସିଛୁ ଆମକୁ ଜଙ୍ଗଲ ଜମିପଟା ଦିଅନ୍ତୁ ବୋଲି ଗାଁ ମୁଖିଆ ବାବୁଲା ଗୋଲପେଦା, ଗାଁର ଯୁବକ ଦୁଲୁଗା ମୁଦୁଲି, ରାମପଲାଶି କହିଛନ୍ତି। ସରକାରି ଆଇନି ଅନୁସାରେ ସେମାନଙ୍କୁ ଜଙ୍ଗଲଜମି ପଟା ଜିଲ୍ଲାପ୍ରଶାସନ ପକ୍ଷରୁ ଦିଆ ଯିବ ବୋଲି ପଚାଂୟତ ଓ ବ୍ଲକଅଧିକାରୀ ଦରଖାସ୍ତ ସଂଗ୍ରହ କରିଥିଲେ। ଗତ ୪ ବର୍ଷ ହେଲା ଏହି ୭୭ଟି ଆଦିବାସୀ ପରିବାର ଜଙ୍ଗଲଜମି ପଟା ପାଇବା ପାଇଁ ପଚାଂୟତ, ବ୍ଲକ, ତହସିଲ, ଅଫିସକୁ ଖର୍ଚାନ୍ତ ହୋଇ ଯାଉଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ପଟା ମିଳିନଥିବାରୁ ଆଜି ଗ୍ରାମ ମୁଖିଆ ସହିତ କିଛି ଯୁବକ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଦରଖାସ୍ତ ଦେଇଛନ୍ତି।

ଏହି ଗାଁରେ ଜଙ୍ଗଲ ଜମିପଟା ସମସ୍ୟା ସହିତ ଆହୁରି ଅନେକ ସମସ୍ୟା ରହିଛି। ଗାଁଟି ଓରିଙ୍ଗି ପାହଡ ଉପରେ ଥିବାରୁ ସେଠାକୁ ଭଲରାସ୍ତାଟିଏ ନାହିଁ, ପଚାୟଂତ ହେର୍ଡ କ୍ୱାଟରକୁ ଯିବାକୁ ହେଲେ ସେମାନଙ୍କୁ ୬୦କିମି ଦୁର ହୋଇଥାଏ। ଏହି ସବୁ ଅସୁବିଧାକୁ ଦେଖି ପଚାଂୟତ ପକ୍ଷରୁ ସେହି ଗ୍ରାମବାସୀ ମାନଙ୍କୁ କୁଡୁମୁଲୁଗୁମ୍ମା ପଚାଂୟତ ସ୍ଥ ପୁରଣାଗୁମ୍ମା ଠାରେ ପିଡିଏସ ସାମଗ୍ରୀ ବଟଂନ କରାଯାଉଛି, ତଥାପି ସେମାନଙ୍କୁ ୧୨ରୁ୧୫କିମି ଘାଟିରାସ୍ତା ପାରହୋଇ ଆସିବାକୁ ପଡୁଛି। ବର୍ଷ ପରେ ବର୍ଷ ବିତିଚାଲିଛି, ସରକାରଙ୍କ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ କେତେ ଯୋଜନା ହେଉଛି, ତାର ସୁଫଳ କିଏ ପାଉଛିତ ଆଉକିଏ ପାଉନାହିଁ, ତଥାପି ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ଚିତ୍ରବଦଳିନାହିଁ। ଦୁନିଆକୁ ଆଲୋକ ଦେଖାଇ ବେଘର ହୋଇ ଅନ୍ଧାରରେ ରହୁଥିବା ଏକ ଆଦିବାସି ଗାଁ ଗିସିଂଗୁଡା ଗ୍ରାମ, ସେଠାରେ ସରକାରି ଯୋଜନାର ମାନେକିଛିନାହିଁ। ସେମାନଙ୍କ ପାଇଁ ଗାଁକୁ ଭଲରାସ୍ତାଟିଏ ନାହିଁ, ଗାଁରେ ବିଜୁଳି ଆଲୁଅ ନାହିଁ, ପାନିୟ ଜଳ ବ୍ୟବସ୍ଥାପାଇଁ ଗାଁରେ ଗୋଟି ଏ ବି ନଳକୂପ ନାହିଁ, ପାଣି ପାଇଁ ଝରଣା ଓ ଚୁଆଉପରେ ନିର୍ଭର କରିବାକୁ ପଡୁଛି।ଖରା ଦିନେ ଜଳସଙ୍କଟ ଅଧିକ ଦେଖା ଦିଏ, ଗାଁକୁ ଭଲରାସ୍ତାଟିଏ ନଥିବାରୁ ବର୍ଷାଦିନେ ଗାଁଭିତରେ ଆଣ୍ଠୁଏଲେଖା କାଦୁଅ ପାଣି ହୋଇ ଯାଏ, ଆମ ଏହି ଗାଁ ପ୍ରତି ସରକାରଙ୍କର ଟିକିଏବି ନଜର ପଡୁନାହିଁ ବୋଲି ଗ୍ରାମବାସୀ ମାନେ ଦୁଃଖ ପ୍ରକାଶକରି କହିଛନ୍ତି। ଆହୁରି ଦୁଃଖ ଦାୟକ ବିଷୟ ସେହିଗାଁର ଅନେକ ଲୋକଙ୍କୁ ବାର୍ଦ୍ଦକ୍ୟ ଭତା, ଆଧାର କାର୍ଡ, ବିପିଏଲ କାର୍ଡ ନାହିଁ, ଅନ୍ୟାନ ସରକାରଙ୍କର ଯୋଜନାର ସୁଫଳ କିଛି ପାଇପାରୁନାହାଁନ୍ତି। ଚିରଅବହେଳିତ ଗିସିଂଗୁଡା ଗ୍ରାମପ୍ରତି କେବେ ସରକାରଙ୍କର ନଜରପଡିବ ସେଗାଁର ଭାଗ୍ୟ କେବେ ବଦଳିବ ଚାହିଁବସିଛନ୍ତି ଗ୍ରାମବାସି। ଆଜି ଗିସିଂଗୁଡା ଗ୍ରାମର କିଛି ଦିଦାୟୀ ଆଦିବାସୀ ଯୁବକ ମାଲକାନଗିରି କୁ ଆସି ଜିଲ୍ଲାପାଳ ଙ୍କୁ ଭେଟି ଉକ୍ତ ଗ୍ରାମର ସମସ୍ତ ପରିବାରଙ୍କୁ ଜଙ୍ଗଲ ଜମି ପଟା ଦେବାସହିତ ଅନ୍ୟାନ ଉନ୍ନୟନ ମୁଳକ କାର୍ଯ୍ୟ କରିବା ନିମନ୍ତେ ଦରଖାସ୍ତ ଦେଇଥିବାର ଜଣାପଡିଛି।