Odiapua.com

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷାକରିବା ପାଇଁ ଡିଏଫଓ ଗୀତ ଗାଇ ଜନ ସଚେତନତା ସୃଷ୍ଟି କଲେ

ମାଲକାନଗିରି,୧୧ା୩ (ଓଡିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନ ପାହଡ ଓ ଜଙ୍ଗଲ ଗୁଡିକରେ ଗତ କିଚି ଦିନହେଲା ନିଆଁଲାଗି ଧ୍ୱଂସ ହେବାକୁ ବସିଥିବା ବେଳେ ଜଙ୍ଗଲକୁ ନିଆଁ ଦାଉରୁ ର କ୍ଷାକରି ଜଙ୍ଗଲ ଓ ବନ୍ୟସଂପଦକୁ ସୁର କ୍ଷିତ ରଖିବା ପାଇଁ ନିଜେ ଡିଏଫଓ ଗୀତଗାଇ ଜନସଚେତନତା ସୃଷ୍ଟିକରୁଛନ୍ତି । ଗତକିଛି ଦିନହେଲା ମାଲକାନଗିରି,କୋରକୁଣ୍ଡା, କାଲିମେଳା, ମାଥିଲି,ଚିତ୍ରକୋଣ୍ଡା ,ପଡିଆ,ମୋଟୁ, ଏମଭି୭୯,ବାଲିମେଳା ଅଚଂଳରେ ପାହଡ ଓ ଜଙ୍ଗଲରେ ନିଆଁ ଲାଗି ବନ୍ୟସଂପଦ ପୋଡି ନଷ୍ଟହେବାଦେଖି ଏହାକୁ ରୋକିବା ପାଇଁ ଅଟାଂଭିଡି ଆଗେଇ ଆସିଛନ୍ତି ମାଲକାନଗିରି ଜିଲ୍ଲାର ଯୁବବନଖଣ୍ଡୀୟ ଅଧିକାରୀ ପ୍ରଦୀପ ଦେବିଦାସ ମିରସେ । ସେ ଜଣେ ଅଣଓଡିଆ ଆଏଫଏସ ଅଫିସର ହୋଇଥିଲେ ମଧ୍ୟ ଜଙ୍ଗଲରେ ନିଆଁ ନ ଲଗାଇବା, ଜଙ୍ଗଲ ସମ୍ପଦକୁ ସୁରକ୍ଷିତ ରଖିବା ନେଇ ଓଡିଆ ଓ ସ୍ଥାନୀୟ ଆଦିବାସୀ ଭାଷାରେ ସୁନ୍ଦର ଭାବେ ଗୀତଗାଇ ଜନସଚେତନତା ସୃଷ୍ଟିକରିବାସହିତ ଗାଁ ଗାଁରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଏହି ବାର୍ତାପହଁଚାଇ ଛନ୍ତି । ଡିଏଫଓ ଙ୍କ ଏହି ଜନସଚେତନତା ର ସଂଗୀତ ଗାଇବା ଘଟଣା ଦେଖି ଜିଲ୍ଲାବାସୀ ଙ୍କ ମନରେ ଖୁସିର ଲହରି ଖେଳିଯାଇଛି ।