ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜୟ ଜଗନ୍ନାଥ ସେବା ସମିତି ନରେଲା ପକ୍ଷରୁ ଶ୍ରୀ ଜଗନ୍ନାଥ ମନ୍ଦିରର ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜୀବ କଲୋନୀ ଠାରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏହି ଧାର୍ମିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ମହିଳା ମାନଙ୍କ ଦ୍ୱାରା ୨୫୦ ର ବିଶାଳ କଳସ ଶୋଭାଯାତ୍ରା ବାହାରି ଥିଲା । ପଣ୍ଡିତଙ୍କ ଦ୍ୱାରା ରିତି ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସ୍ଥାନୀୟ କାଉଁସିଲର ନେହା ମିଶ୍ରଙ୍କ ଗାରିମା ମୟ ଉପସ୍ଥିତରେ କଳସ ଯାତ୍ରା ଭୂମି ପୂଜନ ଓ ମନ୍ଦିରର ଶିଳାନ୍ୟାସ କରାଯାଇଥିଲା । ଉକ୍ତ ଉତ୍ସବରେ ଓଡିଶା ରାଜ୍ୟ ବିଜେପି ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ନରେଲା ବିଧାୟକ ରାଜ କରଣ କ୍ଷେତ୍ରୀ, ବିଜେପି ଉପାଧ୍ୟକ୍ଷ ରଜନିସ୍ କ୍ଷେତ୍ରୀ, ବିଶ୍ୱ ହୁନ୍ଦୁ ପରିଷଦର ମହାମନ୍ତ୍ରୀ ରାଜେନ୍ଦ୍ର ସିଂଘଲ ପ୍ରମୁଖ ଉପସ୍ଥିତ ରହି ଆର୍ଶିର୍ବାଦ ଗ୍ରହଣ କରିଥିଲେ । ଖୁବ୍ଶିଘ୍ର ମନ୍ଦିରର ପୂର୍ଣ୍ଣାଙ୍ଗୀକରଣ ପାଇଁ କହିଥିବା ବେଳେ ଯଥା ସାଧ୍ୟ ସହଯୋଗ ଜାରି ରଖିବେ ବୋଲି କହିଥିଲେ ଅତିଥି । କମିଟିର ସଭାପତି ମାନସ କୁମାର ଧଳ, ଉପସଭାପତି ସଂଗ୍ରାମ କେଶରୀ ରାୟ, ସାଧାରଣ ସମ୍ପାଦକ ପ୍ରଶାନ୍ତ ଲୁମାର ନାୟକ, ଯୁଗ୍ମ ସମ୍ପାଦକ ଭାସ୍କର ବେହେରା, ସାଂସ୍କୃତିକ ସମ୍ପାଦକ ବିଶ୍ୱଜିତ୍ ଦାସ, କୋଷାଧ୍ୟକ୍ଷ ଶୈଳେନ୍ଦ୍ର ସାମନ୍ତରାୟ, ସମିକ୍ଷକ ଶ୍ରୀକାନ୍ତ ମହାନ୍ତିଙ୍କ ସମେତ ସଭ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ସଂପୃକ୍ତ ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।