ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆମ ମାତୃଭାଷା ପରିଷଦର ବିଛା ସଂକ୍ରାନ୍ତି ଆସର ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶଙ୍କ ‘ଗୁରୁକୃପା ଭବନ’ରେ ଅନୁଷ୍ଠିତ ହୋଇଯାଇଛି। ଅଧିବକ୍ତା ଅତିସ୍ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆସରକୁ ପ୍ରବାଚକ ପଣ୍ଡିତ ନବକୁମାର ଲେଙ୍କା ଉଦ୍ଘାଟନ କରିଥିଲେ। ଆସରରେ ‘ଜଗନ୍ନାଥ ଚେତନାରେ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ବଉଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ, ମୁଖ୍ୟଅତିଥି ଭାବେ ଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ସମ୍ପାଦକ ଶରତ କୁମାର ସାହୁ, ବିଶେଷ ଅତିଥି ଭାବେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ, ଅଧ୍ୟକ୍ଷ ଡ. ରାମଚନ୍ଦ୍ର ପଣ୍ଡା, ଡାକ୍ତର ନୀଳକଣ୍ଠ ପଣ୍ଡା, ଶିକ୍ଷାବିତ୍ ଗୟାଧର ପଣ୍ଡା, ଚର୍ଚ୍ଚିକା ପ୍ରସାଦ ମହାପାତ୍ର, କେଦାରନାଥ ମହାପାତ୍ର, ହରିଶ୍ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଜଗନ୍ନାଥ ଚେତନା ଏକତା ଓ ପରିବାରବାଦର ଶିକ୍ଷା ଦିଏ। ଜଗନ୍ନାଥ ଚେତନା ମଧ୍ୟରେ ସାହିତ୍ୟ ଓ ଓଡ଼ିଆ ସଂସ୍କୃତି ସାମଗ୍ରିକ ଭାବେ ଜଡ଼ିତ। ସର୍ବ ଧର୍ମର ଏକତ୍ୱ ହିଁ ଜଗନ୍ନାଥ ଚେତନା। ‘ବସୁଧୈବ କୁଟୁମ୍ବକମ୍’ ମନ୍ତ୍ରରେ ଅଭିହିତ। ପ୍ରେମ, ପ୍ରୀତି, ଏକତା, ସମୃଦ୍ଧତା ଓ ଶୃଙ୍ଖଳା ହିଁ ଏଥିରେ ଅନ୍ତର୍ନିହିତ। ଓଡ଼ିଆ ବା ଓଡ଼ିଶାର ଜୀବନଚର୍ଯ୍ୟାର ପ୍ରତିକୋଣ ଅନୁକୋଣରେ ଜଗନ୍ନାଥ ହିଁ ପ୍ରତିବେଶିତ ବୋଲି ମତବ୍ୟକ୍ତ କରିଥିଲେ। କବି ମନୋରମା ରାୟ, ସଂଯୁକ୍ତା ବଳନାୟକ ଓ ବୈକୁଣ୍ଠ ନାଥ ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ସଂକ୍ରାନ୍ତି କବିତା ଆସରରେ ଡ. ଅବନୀ କୁମାର ପ୍ରଧାନ, ରମେଶ ଚନ୍ଦ୍ର ଦାସ, ଅଂଶୁମାନ ସ୍ୱାଇଁ, ରଜତ କୁମାର ସାହୁ, ରମାକାନ୍ତ ପାଳ, ଶଶାଙ୍କ ଶେଖର ପଣ୍ଡା, ଦୀପ୍ତିମୟୀ ସାହୁ, ବିଜୟ କୁମାର ବହଳୀ, ନିରଞ୍ଜନ ନାୟକ, ନରେଶ ଚନ୍ଦ୍ର ଲେଙ୍କା, ସୁପ୍ରଭା ରାଣୀ ପାଢ଼ୀ, ଚୈତନ୍ୟ କୁମାର ମିଶ୍ର, ସୁରେଶ କୁମାର ସାହୁ, ଦମୟନ୍ତୀ ନାଥଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ କବି, କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ। ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜାନକୀ ପାଢ଼ୀ ବେଦପାଠ, ସହସଂପାଦିକା ଶିଶୁକବି ମମତାରାଣୀ ଦାଶ ମଂଚ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ମାଧବ ଚନ୍ଦ୍ର ଯେନା ଧନ୍ୟବାଦ ଅର୍ପଣ କରିଥିଲେ।