ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସୈରାତ ନିଲାମ ବାତିଲ ଦାବିରେ ତହସିଲ ସମ୍ମୁଖରେ ଆରମ୍ଭ ହୋଇଥିବା ଧାରଣା ଦ୍ୱିତୀୟ ଦିନରେ ମଧ୍ୟ ଚାଲୁ ରହିଛି । ଆଞ୍ଚଳିକ ବନ୍ୟା ବିପର୍ଯ୍ୟସ୍ତ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର କମିଟିର ଆବାହକ ଅକ୍ଷୟ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ମଞ୍ଚ ସଭାପତି ସୁଧିର ଚନ୍ଦ୍ର ଜେନା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ମନୋଜ କୁମାର ନାୟକ, ସୁବାସ ଚନ୍ଦ୍ର କାଣ୍ଡି, ଅକ୍ଷୟ ବେହେରା, ବଳରାମ ବେହେରା, ପୂର୍ବତନ ସରପଞ୍ଚ ଧରିତ୍ରୀ ଯେନା, ସମିତି ସଭ୍ୟ ଟୁକୁନା ଜେନା, ଅଭୟ କୁମାର ସାହୁ, ରମେଶ ଭାରତୀ, ନାରାୟଣ ବେହେରା, ନାରାୟଣ ଚନ୍ଦ୍ର ଘଡେଇ, ବାସନ୍ତିଲତା ନାୟକ, ମହେଶ୍ୱର ଦାଶ, ଗଣେଶ ଭାରତୀ, ରଶ୍ମିରଞ୍ଜନ ମହପାତ୍ର, ନରନାରାୟଣ ପରିଡା, ବସନ୍ତ କୁମାର ତ୍ରିପାଠୀ, ନଟବର ରାଉଳ, ନିଶିରଞ୍ଜନ ନାୟକ, ସତ୍ୟନାରାୟଣ ମହାପାତ୍ର, ମଧୁସୂଦନ ଦତ୍ତ, ସନ୍ତୋଷ ମହାପାତ୍ର, ଯତୀନ୍ଦ୍ର ସାହୁ ପ୍ରମୁଖ ଧାରଣା ଦେଇଥିଲେ । ଶନିବାର ଓ ରହିବାର ସାପ୍ତାହିକ ସଟଡାଉନ ପାଇଁ ଧାରଣା ହେବନାହିଁ । ଏହି ଦୁଇ ଦିନରେ ବାଲିପୋଖରୀ ଏସକେପ ବନ୍ୟାଜଳ ଦ୍ୱାରା ପ୍ରଭାବିତ ସାତୋଟି ପଞ୍ଚାୟତର ଜନସାଧାରଣଙ୍କୁ କମିଟି ପକ୍ଷରୁ ଅବଗତ କରାଯାଇ ସହଯୋଗ ଲୋଡାଯିବ । ସୈରାତ ବାତିଲ ନହେବା ପର୍ଯ୍ୟନ୍ତ ଧରଣା ଅବ୍ୟାହତ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା । ପ୍ରଶାସନ ପକ୍ଷରୁ ଧରଣାରତ ବ୍ୟକ୍ତିଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ । ତେବେ ସୈରାତ ବାତିଲ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବା ତହସିଲ ପକ୍ଷରେ ସମ୍ଭବ ନୁହେଁ ବୋଲି ତହସିଲଦାର ମତ ରଖିଛନ୍ତି ।