Odiapua.com

ଜଗନ୍ନାଥପ୍ରସାଦ ସୈରାତ ନିଲାମ ବାତିଲ ଦାବିରେ ତହସିଲ ସମ୍ମୁଖରେ ଗଣଧାରଣା

ଭଦ୍ରକ, ୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ସୈରାତ ନିଲାମ ବାତିଲ ଦାବିରେ ଆଜି ଠାରୁ ତହସିଲ ସମ୍ମୁଖରେ ଧାରଣା ଆରମ୍ଭ ହୋଇଛି । କମିଟିର ଆବାହକ ଅକ୍ଷୟ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଧାରଣାରେ ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ନିର୍ବାଚନମଣ୍ଡଳୀ କଂଗ୍ରେସ ନେତା ସୁବ୍ରତ ଦାସ, ମଞ୍ଚ ସଭାପତି ସୁଧିର ଚନ୍ଦ୍ର ଜେନା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସରପଞ୍ଚ ବିଜୟ ଶଙ୍କର ମହାନ୍ତି, ମନୋଜ କୁମାର ନାୟକ, ସୁବାସ ଚନ୍ଦ୍ର କାଣ୍ଡି, ଅକ୍ଷୟ ବେହେରା, ବଳରାମ ବେହେରା, ପୂର୍ବତନ ସରପଞ୍ଚ ଧରିତ୍ରୀ ଯେନା, ସମିତି ସଭ୍ୟ ଟୁକୁନା ଜେନା, ଅଭୟ କୁମାର ସାହୁ, ରମେଶ ଭାରତୀ, ନାରାୟଣ ବେହେରା, ବାସନ୍ତିଲତା ନାୟକ, ମହେଶ୍ୱର ଦାଶ, ଗଣେଶ ଭାରତୀ, ରଶ୍ମିରଞ୍ଜନ ମହପାତ୍ର, ନରନାରାୟଣ ପରିଡା, ବସନ୍ତ କୁମାର ତ୍ରିପାଠୀ, ନଟବର ରାଉଳ, ନିଶିରଞ୍ଜନ ନାୟକ, ସତ୍ୟନାରାୟଣ ମହାପାତ୍ର, ମଧୁସୂଦନ ଦତ୍ତ, ସନ୍ତୋଷ ମହାପାତ୍ର, ଯତୀନ୍ଦ୍ର ସାହୁ ପ୍ରମୁଖ ଧାରଣା ଦେଇଥିଲେ । ବିଡିଓ ବିଜୟ କୁମାର ସାହୁ ଓ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଧରଣାସ୍ଥଳକୁ ଆସି କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଗ୍ରହଣ କରି ଜିଲ୍ଲା କାର୍ଯ୍ୟାଳୟକୁ ପଠାଇଥିଲେ । ଙ୍ଘଗତ କୋଡିଏ ବର୍ଷ ଧରି ବନ୍ୟା ସୁରକ୍ଷା କମିଟି ବାଲିପୋଖରୀ ଏସକେପର ସ୍ଥାୟୀ ବନ୍ୟାପ୍ରତିକାର ପାଇଁ ଦାବି କରିଆସୁଛି । ବାମପାଶ୍ୱର୍ ନଦୀବନ୍ଧ ସୁଦୃଢିକରଣ ପାଇଁ ମଧ୍ୟ ଦାବି କରୁଛି । ହେଲେ ବିଭିନ୍ନ ସମୟରେ ଜଳସମ୍ପଦ ସଚିବ ପ୍ରତିଶ୍ରୁତି ଦେଇ ପାଳନ କରୁ ନାହାନ୍ତି । ଅନ୍ୟ ପକ୍ଷରେ ଡାହାଣ ପାଶ୍ୱର୍ରେ ନଦୀ ଶଯ୍ୟାରେ ଘେରିବନ୍ଧ ନିର୍ମାଣ ସହ କୁଶୀ ନଦୀର ଶଙ୍ଖାରି ମୁହଁକୁ କଂକ୍ରିଟକାନ୍ଥ ଦ୍ୱାରା ଅବରୋଧ କରାଯାଇ ନଦୀର ପ୍ରାକୃତିକ ଜଳପ୍ରବାହକୁ ସଙ୍କୁଚିତ କରାଯାଇଛି । ବାଲିପୋଖରୀ ଏସକେପର ଅପରପାଶ୍ୱର୍ରେ ଏହି କାର୍ଯ୍ୟ କରାଯାଇ ଏସକେପ ସମ୍ମୁଖରେ ବନ୍ୟାଜଳ ପ୍ରବେଶ ପ୍ରତିରୋଧକାରୀ ବାଲିଚଢାକୁ ନିଲାମ କରାଯାଇଛି । ଏଭଳି ଷଡଯନ୍ତ୍ର ଦ୍ୱାରା ବାଲିପୋଖରୀ ଏସକେପକୁ ଶାଖାନଦୀରେ ପରିଣତ କରାଯିବାକୁ ମସୁଧା କରାଯାଇଛି ବୋଲି ସ୍ମାରକପତ୍ରରେ ଦର୍ଶାଯାଇଛି । ସୈରାତ ବାତିଲ ନହେବା ପର୍ଯ୍ୟନ୍ତ ଧରଣା ଅବ୍ୟାହତ ରହିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ।