Odiapua.com

ଜଗନ୍ନାଥପୁରରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଉଦ୍‌ଘାଟିତ

ଭଦ୍ରକ, ୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଅର୍ଥନୈତିକ ବିକାଶ ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏନ ନୂତନ ଶାଖା ଜଗନ୍ନାଥପୁର ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଫେକର ସିଇଓ ଆନନ୍ଦ ଦୁବେ, କ୍ଲଷ୍ଟର ହେଡ୍ ଦେବବ୍ରତ ନାୟକ, ଶାଖା ପରିଚାଳକ ନଳିନୀକାନ୍ତ ପାତ୍ର ଓ ବ୍ୟାଙ୍କର ସମସ୍ତ ଷ୍ଟାଫ, କର୍ମଚାରୀ ଉପସ୍ଥିତ ଥିଲେ। ଏହି ବ୍ୟାଙ୍କ ଜାଗନ୍ନାଥପୁରରେ ଖୋଲିବା ପରେ ନେଣଦେଣ କାରବାର ଆହୁରି ସରଳ ଓ ସୁବିଧା ହୋଇପାରିବ ବୋଲି ଜନସାଧାରଣ ଓ ସ୍ଥାନୀୟ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।