Odiapua.com

ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲା ମହିଳା ମୋର୍ଚ୍ଚା

ଭୁବନେଶ୍ୱର;୧୫,୦୫,୨୦୧୮(ଓଡିଆ ପୁଅ/ଦେବଦତ୍ତ ରଥ): ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ “ମହିଳା ସୁରକ୍ଷା ଯାତ୍ରା” ପାଇଁ ଆଜି ବିଜେପି ମହିଳା ମୋର୍ଚ୍ଚା ପୁରୀ ଜଗନ୍ନାଥ ମନ୍ଦିର ଯାଇ ଯାତ୍ରାର ସଫଳତା ନିମନ୍ତେ ଆଶୀର୍ବାଦ ଭିକ୍ଷା କରିଛି।ରାଜ୍ୟର ବିଭିର୍ଣ୍ଣ ୭ଟି ସ୍ଥାନରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାର ପ୍ରମୁଖ ନେତ୍ରୀ ମାନଙ୍କ ମଧ୍ୟରେ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଏବଂ ସଙ୍ଗୀତା ସିଂଦେଓ,ଡଃ:ଲେଖାଶ୍ରୀ ସାମନ୍ତସିଂହାର,ସୁକେସି ଓରାମ,ସୁରମା ପାଢ଼ୀଙ୍କ ସମେତ ସୁଷମା ବିଶ୍ୱାଳ,ସ୍ମୃତି ପଟ୍ଟନାୟକ,ପ୍ରତିଭା ଶତପଥୀ, ଶୋଭନା ମହାନ୍ତି ଏବଂ ରଶ୍ମିରେଖା ଦାସ ପ୍ରମୁଖ ଏଥିରେ ସାମିଲ ଥିଲେ।