Odiapua.com

ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଗାଁ ନୋଳିଆ ସାହିକୁ ଆନ୍ତର୍ଜାତୀୟ ସୁନାମୀ ପ୍ରସ୍ତୁତ ଗ୍ରାମର ମାନ୍ୟତା

ଜଗତସିଂହପୁର-୧୨/୮ (ଓଡ଼ିଆ ପୁଅ/ନୃସିଂହ ବାରିକ) – ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ହରିଶପୁର ପଞ୍ଚାୟତ ନୋଳିଆ ସାହି ଗାଁ କୁ ୟୁନେସ୍କୋ ପକ୍ଷରୁ ସୁନାମି ରେଡି କମ୍ୟୁନିଟିର ମାନ୍ୟତା ପ୍ରଦାନ କରାଯାଇଛି।ଏହି ମାନ୍ୟତା ପ୍ରଦାନ ପାଇବା ପାଇଁ ଘୋଷଣା ହୋଇଥିବା ବେଳେ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅପରାହ୍ନରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ ସିଏସଏମଏମସି ସେକ୍ରେଟାରୀଙ୍କୁ ୟୁନେସ୍କୋ ପକ୍ଷରୁ ସମ୍ମାନିତ କରାଯାଇଛି। ସମୁଦ୍ର ଠାରୁ ମାତ୍ର ୫୦୦ମିଟର ଦୂରରେ ଅଵସ୍ଥିତ ଏହି ନୋଳିଆସାହି ଗାଁକୁ ଗତ ବର୍ଷ ଡିସେମ୍ବର ମାସ ୧୪ ତାରିଖ ଦିନ ୟୁନେସ୍କୋ ର ଏକ ଆନ୍ତର୍ଜାତୀୟ ପ୍ରତିନିଧି ମଣ୍ଡଳୀ ପରିଦର୍ଶନରେ ଆସି ଗ୍ରାମବାସୀଙ୍କୁ ଭେଟିବା ସହ ସୁନାମୀ ର ମୁକାବିଲା କରିବା ନିମନ୍ତେ ଏହାର ପୂର୍ବ ପ୍ରସ୍ତୁତି ଓ ବିଭିନ୍ନ କୌଶଳ ବାବଦରେ ଅନୁଧ୍ୟାନ କରିଥିଲେ। ତେବେ ଏହି କମିଟି ଏଠାରୁ ଫେରି ରିପୋର୍ଟ ଦେବା ପରେ ନୋଳିଆ ସାହି ଗାଁକୁ ସୁନାମୀ ପ୍ରସ୍ତୁତ ଗାଁର ମାନ୍ୟତା ପ୍ରଦାନ କରାଯାଇଛି। ଏହି ଆନ୍ତଜାତୀୟ ମାନ୍ୟତା ପାଇବା ପରେ ଏରସମା ଜିଲ୍ଲା ବିଶ୍ୱ ମାନଚିତ୍ରରେ ଏଜ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଏହି ସମ୍ମାନ ପାଇବା ପରେ ଜଗତସିଂହପୁର ଜିଲ୍ଲା ଇତିହାସରେ ଏକ ଗୌରବମୟ ଅଧ୍ୟାୟ ଯୋଡ଼ିହେଲା ବୋଲି ଜିଲ୍ଲାପାଳ କହିଥିବା ବେଳେ ଆଗକୁ ପ୍ରତି ପ୍ରାକୃତିକ ବିପଯ୍ୟୟ ସମୟରେ ଲୋକମାନଙ୍କ ଧନ ଜୀବନ କିପରି ସୁରକ୍ଷିତ ରହିବ ସେଥିପାଇଁ ଅଧିକ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ।