Odiapua.com

ଜଗତସିଂହପୁର ଜିଲ୍ଲାରେ ୨୯ କରୋନା ରୋଗୀ ଚିହ୍ନଟ – ଆକ୍ରାନ୍ତଙ୍କ ସଂଖ୍ୟା ୨୦୮ ଛୁଇଁଲା

ଜଗତସିଂହପୁର-୨୧/୬-(ଓଡିଆ ପୁଅ/ନୃସିଂହ ଚରଣ ବାରିକ)-ଆଜି ଜଗତସିଂହପୁର ଜିଲ୍ଲାରେ ୨୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତିର୍ତୋଲ ରୁ ୧୭, ଜଗତସିଂସପୁର ରୁ ୬, ନାଉଗାଁ ରୁ ୩ ଓ ରଘୁନାଥପୁର ଅଞ୍ଚଳରେ ୩ ପଜିଟିଭ ବାହାରିଥିବା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଟୁଇଟ କରି ଜଣାଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ୧୫, ଦିଲ୍ଲୀରୁ ୪, ତାମିଲନାଡୁରୁ ୩, ହରିଆଣା ୧, କର୍ଣ୍ଣାଟକ ୧, ତେଲେଙ୍ଗାନା ୧, ଉତ୍ତର ପ୍ରଦେଶ ୧, ପଶ୍ଚିମ ବଙ୍ଗ ୨ ଓ ବରଗଡ଼ ଜିଲ୍ଲାରୁ ୧ ଜଣ ଫେରନ୍ତା ପ୍ରବାସୀ ଅନ୍ତର୍ଭୁକ୍ତ। ସମସ୍ତଙ୍କୁ ପଞ୍ଚାୟତ ସ୍ତରୀୟ ଟିଏମସିରେ ରଖାଯାଇଥିଲା। ସ୍ବାବ୍ ଟେଷ୍ଟ ରିପୋର୍ଟରୁ ଏମାନଙ୍କ ଠାରେ ପଜିଟିଭ ଥିବା ଏବେ ଜଣାପଡ଼ିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୮ ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ସୁସ୍ଥ ହୋଇଛନ୍ତି ୧୩୦ ଓ ସକ୍ରିୟ ଅଛନ୍ତି ୭୮। ବର୍ତ୍ତମାନର ତାଜା ସୂଚନା ଅନୁଯାୟୀ ବାଲିକୁଦାରେ ମୋଟ ୨୩ ଆକ୍ରାନ୍ତ ୧୫ ସୁସ୍ଥ ୮ ସକ୍ରିୟ, ବିରିଡିରେ ୧୪ ରୁ ୭ ସୁସ୍ଥ ୭ ସକ୍ରିୟ, ଏରସମା ୧୦ ରୁ ୬ ସୁସ୍ଥ ୪ ସକ୍ରିୟ, କୁଜଙ୍ଗ ୧୭ ରୁ ୧୭ ସୁସ୍ଥ, ତିର୍ତୋଲ ୫୦ ରୁ ୨୦ ସୁସ୍ଥ ୩୦ ସକ୍ରିୟ, ନାଉଗାଁ ୬୨ ରୁ ୫୧ସୁସ୍ଥ ୧୧ ସକ୍ରିୟ, ରଘୁନାଥପୁର ୧୫ ରୁ ୪ ସୁସ୍ଥ ୧୧ ସକ୍ରିୟ, ଜଗତସିଂହପୁର ୧୪ ରୁ ୮ ସୁସ୍ଥ ୬ ସକ୍ରିୟ, ଜଗତସିଂହପୁର ପୌରାଞ୍ଚଳ ୨ ରୁ ୨ ସୁସ୍ଥ ଓ ପାରାଦ୍ବୀପ ପୌରାଞ୍ଚଳରେ ୧ ସକ୍ରିୟ ଅଛନ୍ତି।