Odiapua.com

ଜଗତସିଂହପୁର ଜିଲ୍ଲପାଳଙ୍କ ଦ୍ୱାର ଦୁଇଗୋଟି ୱେବ୍ ପୋର୍ଟାଲର ଶୁଭଉନ୍ମୋଚନ

ଜଗତସିଂହପୁର ୨୮/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ)- ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହଠାରେ ଜିଲା୍ଲପାଳ ଶ୍ରୀ ସଂଗ୍ରାମ କେଶରି ମହାପାତ୍ର ଶନିବାର ଦିନ ଜଗତସିଂହପୁର ପୌରପରିଷଦର ନୂତନଭାବେ ନିଜସ୍ୱ ୱେବ୍ ପୋର୍ଟାଲ ଓ ଜିଲ୍ଲାପ୍ରଶାସନର ଜନସହଯୋଗ ୱେବ୍ ପୋର୍ଟାଲର ଶୁଭଉଦ୍ଘାଟନ କରିଛନ୍ତି। ହବଶବଗ୍ଧଗ୍ଦସଦ୍ଭଶଷକ୍ଟ୍ରଙ୍କକ୍ସଜ୍ଞଙ୍କଦ୍ଭସମସକ୍ଟ୍ରବକ୍ଷସଗ୍ଧଚ୍ଚ.ସଦ୍ଭ ୱେବ୍ ପୋର୍ଟାଲ ମାଧ୍ୟମରେ ଜନସାଧାରଣ ଏଣିକି ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପାଇପାରିବେ। ଏହି ୱେବ୍ ପୋର୍ଟାଲ ମାଧ୍ୟମରେ ଅନଲାଇନ୍ରେ ହୋଲ୍ଡିଂ ଟ୍ୟାକ୍ସ, କଲ୍ୟାଣ ମଣ୍ଡପ ବୁକିଂ, ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଦେୟ ଭରିପାରିବେ। ସର୍ବସାଧାରଣ ଏହି ପୋର୍ଟାଲ ଜରିଆରେ ତାଙ୍କର ସକ୍ରିୟ ମତାମତା ଦେଇପାରିବେ। ଏହାଦ୍ୱାର ପ୍ରଶାସନ ଲୋକଙ୍କର ଅଧିକ ନିକଟତର ହୋଇପାରିବ। ଆଉ ଏକମାସ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଜିଲ୍ଲା ପ୍ରଶାସନର ବିଭିନ୍ନ ଜନଅଭିଯୋଗ ପାଇଁ ଜନ ସହଯୋଗ ୱେବ୍ ପୋର୍ଟାଲ କାର୍ଯ୍ୟ କରିବ। ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଏହି ପୋର୍ଟାଲ ମାଧ୍ୟମରେ ଅପଲୋଡ କରିପାରିବେ। ଜନସାଧାରଣ ସରକାରି ସେବା ପାଇବାରେ ନିଜର ମତାମତ ଏବଂ ଫିଡ୍ବ୍ୟାକ ମଧ୍ୟ ଦେଇପାରିବେ। ଏହି ମତାମତକୁ ଜିଲ୍ଲାପାଳ ତର୍ଜମା କରି ରେଟିଂ କରିବେ। ୧୫ଦିନ ମଧ୍ୟରେ ସେହିସବୁ ଅଭିଯୋଗଗୁଡିକର ସମସ୍ୟା ସମାଧାନ କରାଯିବ। ଲୋକସେବା ଉନ୍ନତିକରଣ ପାଇଁ ଆପଣଙ୍କ ମତାମତ ଏକାନ୍ତ କାମ୍ୟ। ପ୍ରତିମାସର ୪ର୍ଥ ଶନିବାର ମୁଖ୍ୟମନ୍ତ୍ରୀଙ୍କ ୫ଟି ମନ୍ତ୍ର ବିଷୟରେ ଆଲୋଚନା ଏବଂ ସମୀକ୍ଷା କରାଯିବ। ଏହି ଉଦ୍ଦେଶ୍ୟରେ ଆଜି ପ୍ରଯୁକ୍ତି ବିଦ୍ୟା ପ୍ରଶାସନରେ ସାମିଲ କରାଯାଇ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରି ମହାପାତ୍ର ପକ୍ରିୟା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ମାସର ଶନିବାର ଦିନ ଜିଲା୍ଲପାଳଙ୍କ ସଦ୍ଭାବନା ଗୃହ ଠାରେ ଓଡିଶା ନଲେଜ୍ ହବ୍ ଅନୁଷ୍ଠିତ ହେବ। ଏହି ଜ୍ଞାନପୁଞ୍ଜି ବକ୍ତୃତାମାଳାରେ ଜିଲ୍ଲାର ଓ ରାଜ୍ୟର ଲବ୍ଧ ପ୍ରତିଷ୍ଠ ଶିକ୍ଷାବିତ୍, ଇଞ୍ଜିନିୟର, ଡାକ୍ତର, ଲେଖକମାନଙ୍କୁ ନେଇ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ୱୀପ ଡଃ. କାହ୍ନଚରଣ ଧୀର, ଉପ-ଜିଲ୍ଲାପାଳ ଶ୍ରୀ ମହେନ୍ଦ୍ର ପ୍ରସାଦ ମହାନ୍ତି, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରି, ପୌର ନିର୍ବାହୀ ଅଧିକାରୀ ଶ୍ରୀ ବଳଦେବ ବେହେରା ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।