ଜଗତସିଂପୁର ୧୮/୫ (ଓଡିଆ ପୁଅ/ନୃସିଂହ ଚରଣ ବାରିକ)- ଆଜି ଜଗତସିଂପୁର ଜିଲ୍ଲାର ନାଉଗାଁ ଅଞ୍ଚଳରେ ୧୯ଜଣ ଏବଂ କୁଜଙ୍ଗ ବ୍ଲକର ପଣ୍ଡୁଆ ପଞ୍ଚାୟତରେ ଜଣେ ପ୍ରବାସୀଙ୍କଠାରେ କରୋନା ପଜିଟିଭ ବାହାରିଥିବା ଜଣାପଡିଛି। ଏମାନେ ସମସ୍ତେ କ୍ବାରଣ୍ଟାଇନ ଗୃହରେ ରହିଥିଲେ। ନାଉଗାଁ ବ୍ଲକର ଜାମୁଗାଁଠାରେ ଥିବା ପଲିଟେକନିକ୍ ସେଣ୍ଟର ର ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରେ ଉଣେଇଶି କରୋନା ଆକ୍ରାନ୍ତଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିହ୍ନଟ କରିଥିବା ବେଳେ ଅନ୍ୟ ଜଣଙ୍କୁ କୁଜଙ୍ଗର ଏକ କ୍ବାରଣ୍ଟାଇନ ଗୃହରେ ଚିହ୍ନଟ କରିଛି। ସୁରତ ଓ ପଶ୍ଚିମ ବଙ୍ଗରୁ ଏହି ପ୍ରବାସୀ ଓଡିଆ କିଛିଦିନ ତଳେ ଜଗତସିଂପୁର ଜିଲ୍ଲାକୁ ଫେରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରଥମେ ପାଞ୍ଚ ଜଣ ନାଉଗାଁ ଅଞ୍ଚଳରୁ ପଜିଟିଭ ଥିବା ଚିହ୍ନଟ କରାଯାଇ ଚିକିତ୍ସା ନିମନ୍ତେ କୋଭିଡ-୧୯ ହସପିଟାଲକୁ ନିଆଯାଇଥିଲା। ସେହି ପାଞ୍ଚଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ। ଜଗତସିଂପୁର ଏବେ କରୋନା ମୁକ୍ତ ବୋଲି ପ୍ରଶାସନ ଘୋଷଣା କରିଥିଲା। ଜିଲ୍ଲାର ଜନସାଧାରଣ ଆଶ୍ବସ୍ତି ଅନୁଭବ କରୁଥିବା ସମୟରେ ପୁନର୍ବାର ଗୋଟିଏ ଦିନରେ ଆଜି ୨୦ କରୋନା ରୋଗୀ ଚିହ୍ନଟ ହେବା ଭୟ ସଂଚାର କରିଛି। ତେବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂପୁରରୁ ଜିଲ୍ଲାବାସୀଙ୍କୁ ଭୟଭିତ ନହେବାକୁ ପରାମର୍ଶ ଦେଇଛନ୍ତି। କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସେ କହିଛନ୍ତି।
20 positive cases are found in our district.19 are from Naugaon and one from Kujanga.All are in quarantine centres.Steps are taken to immediately shift them to COVID Hospital.@CMO_Odisha @MoSarkar_Odisha
— DM_Jagatsinghpur (@CollectorJspur) May 18, 2020