Odiapua.com

ଜଗତବନ୍ଧୁ ଓ ଶ୍ରୀଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର

ପୁରୀ, ୨୯/୧-(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ସ୍ୱର୍ଗଦ୍ୱାର ସ୍ଥିତ ଶ୍ରୀ ଶ୍ରୀ ପ୍ରଭୁ ଜଗତବନ୍ଧୁ ଆଶ୍ରମ ପରିସରରେ ମଙ୍ଗଳବାର ଶ୍ରୀ ରାଧାରମଣ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀଶ୍ରୀ ପ୍ରଭୁ ଜଗତବନ୍ଧୁ ଓ ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଜାମସେଦପୁର ଟାଟା ମେନ ହସପିଟାଲର ଡାକ୍ତର ଜଗନ୍ନାଥଙ୍କ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡଃ ହରିହର ହୋତା ଯୋଗ ଦେଇଥିଲେ।

ଅନ୍ୟ ଅତିଥିଙ୍କ ମଧ୍ୟରେ ଗବେଷକ ଉମେଶ ଚନ୍ଦ୍ର ଚିନେରା ସ୍ତମ୍ଭକାର ହରିଧଶଙ୍କର ମିଶ୍ର ସାହିତିକ ଶଙ୍କରଷଣ ମଙ୍ଗରାଜ ଡଃ ବୁଦ୍ଧଦେବ ମନ୍ଦୋପାଧାୟ ଡଃ ଶ୍ରୀକାନ୍ତ ଦାସ ଡଃ କିସନ ଲାଲା ଭରତୀୟା ଅଧିବକ୍ତା କୈଳାସ ଚନ୍ଦ୍ର ସ୍ୱାଇଁ ରେଡକ୍ରାଫ୍ଟ ନିର୍ଦେଶକ ଲଳିତେନ୍ଦୁ ଦାସ ଆଲୋଚନାରେ ଭାଗ ନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ। ସ୍ତମ୍ଭକାର ହରିଶଙ୍କର ମିଶ୍ରଙ୍କୁ ଶ୍ରୀ ରାଧାରମଣ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସ୍କୁଲ ପିଲାଙ୍କୁ ପାଟ୍ୟ ଉପକରଣ ସହ ଗରୀବ ଲୋକଙ୍କୁ କମ୍ବଳ ବିତରଣ କରାଯାଇଥିଲା। ଏଥିସହ ୧୦ ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବୋଧିତ କରାଯାଇଥିଲା।