Odiapua.com

ଜଗତପୁର ଶିଳ୍ପାଞ୍ଚଳର ଅଗରବତୀ କାରଖାନାରେ ଅଗ୍ନିକାଣ୍ଡ

କଟକ, ୧୭/୧୦ (ଓଡ଼ିଆ ପୁଅ /ଅଭୟ ଜେନା) ଜଗତପୁର ଶିଳ୍ପାଞ୍ଚଳ ଥିବା ଏକ ଅଗରବତୀ କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ମହଜୁଦ ଥିବା ବହୁପରିମାଣର ଧୂପବତୀ ସମେତ, କଞ୍ଚା ମାଲ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଦୁଇଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି। ତେବେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସାଧାରଣ ଆକଳନରୁ ଜଣାପଡିଛି।