Odiapua.com

ଜଗତପୁରରେ ବଣୁଆ ହାତୀ ଆକ୍ରମଣରେ ଦୁଇ ମୃତ: ଦୁଇ ଗୁରୁତର : ଶେଷରେ ହାତୀକୁ ଟ୍ରାଙ୍କୁଲାଇଜ କରାଗଲା

କଟକ, ୨୮/୯ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ବଣୁଆ ହାତୀ ଆତଙ୍କ ସୃଷ୍ଟି କରିଛି। ଗତକାଲି ରାତ୍ର ୪ଟା ରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ହାତୀମାନେ ଆତଙ୍କ ରଚାଇଛନ୍ତି। ଏହି ହାତୀ ଆଠଗଡ ଅଞ୍ଚଳରୁ ଆସିଛନ୍ତି ଓ ଶତାଧିକ ବନ କର୍ମଚାରୀ ହାତୀ ଘଉଡ଼ାଇବା କାର୍ଯ୍ୟରେ ଲାଗିଛନ୍ତି। ସୂଚନା ମୁତାବକ କାଲି ରାତିରେ ହାତୀ ରଚାଇଥିବା ତାଣ୍ଡବରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ହୋଇପଡିଛନ୍ତି। ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ବନବିଭାଗ କର୍ମଚାରୀମାନେ ଗ୍ରାମବାସୀମାନଙ୍କ ସାହାଯ୍ୟରେ ହାତୀ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ସୂଚନା ମୁତାବକ ଗୋଟେ ହାତୀ ମରି ଜୋବ୍ରା ଆନିକଟରେ ଲାଗିଛି। ହାତୀ ଆସିବା ଖବର ଆଖ ପାଖ ରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏଥିନେଇ ପ୍ରବଳ ଜନଗହଳି ସୃଷ୍ଟି ହୋଇଛି। ତାଜା ସୂଚନା ଅନୁଯାଇ ନରହନ୍ତା ହାତୀକୁ ବନବିଭାଗ ଦ୍ବାରା ଟ୍ରାଙ୍କୁଲାଇଜ କରାଯାଇଛି।