Odiapua.com

ଛୋଟ ଶିଶୁକୁ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ମାଡ଼ମାରିବା ନେଇ ତୀବ୍ର ଉତେଜନା

ବଲାଙ୍ଗୀର, ୨୭-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) , ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସରକାରୀ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ କଅଁଳ ଶିଶୁକୁ ଶିଶୁ ରୋଗ ବିଶେଷଜ୍ଞ ତାଙ୍କ ଟେଥୋସ୍କୋପ କୁ ଟାଣି ଦେବା ମାତ୍ରେ ରାଗିଯାଇ ଚାରି ପାଞ୍ଚ ଚଟ କଣା ମାରିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତଥା ଏ ଘଟଣା ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି।

ଚିକିତ୍ସା ପାଇଁ ସିଂଧେକେଲା ଗ୍ରାମ ରୁ ଏକ ଦମ୍ପତି ତାଙ୍କ କୋଳ ଶିଶୁ କୁ ଆଣି ଭର୍ତ୍ତି କରିଥିଲେ। ଉକ୍ତ ନିରିହ ଶିଶୁ କୁ ସନ୍ଧ୍ୟା ରାଉଣ୍ଡ ଚେକ୍ଅପ୍ ସମୟରେ ଶିଶୁଟି ର ବେଡ଼ ନିକଟରେ ଡାକ୍ତର ସତ୍ୟ ରଞ୍ଜନ ମଲ୍ଲିକ ପହଞ୍ଚି ଥିଲେ, ଉକ୍ତ ଶିଶୁ ଡାକ୍ତର ଙ୍କ ତେଥୋସ୍କୋପ କୁ ହାତରେ ଟାଣି ଦେଇଥିଲା। ହଠାତ ଡାକ୍ତର ରାଗିଯାଇ ଉକ୍ତ ଏକ ବର୍ଷୀୟ ଶିଶୁ ଗାଲରେ ତିନିଚାରି ଚଟକଣା ମାରିଥିଲେ ଓ ବଡ଼ ପାଟିରେ ଶିଶୁ ର ମା, ବାପା ଙ୍କୁ କରୋନା ବେଳେ ମୋ ତେଥୋସ୍କୋପ ଟାଣୁଛି, ସେନିଟାଇଜ କିଛି ଜାଣିନ ଆଦି ଗାଳି କରିଥିଲେ। ଉକ୍ତ ଘଟଣା ନେଇ ଉକ୍ତ ଶିଶୁ ଓ ତାର ମାଆ ଥିବା ଏକ ଭି ଡ଼ି ଓ ଏବେ ସୋସିଆଲ ମିଡ଼ିଆ ରେ ଘୁରିବୁଲୁଛି। ଟିଟିଲାଗଡ଼ ର ବିଭିନ୍ନ ସଂଗଠନ ଡାକ୍ତର ଖାନା ଆସିଥିବା ବେଳେ ତୀବ୍ର ଉତେଜନା ସୃଷ୍ଟି ହୋଇଥିଲା। ଉକ୍ତ ଡାକ୍ତର ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲ ସେହି ସି ସି ଟିଭି ଯାଞ୍ଚ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଜନସେବା ସଙ୍ଘ ଲିଖିତ ଅଭିଯୋଗ କରିବା ପରେ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ କୃଷ୍ଣ ଚନ୍ଦ୍ର ପାଲ ତଦନ୍ତ ସହ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ଘଟଣା ପରେ ଡାକ୍ତର ମଲ୍ଲିକ ଘଟଣା ସ୍ଥଳରୁ ଚାଲି ଯାଇଥିଲେ। ଡଃ ଓମକାର ହୋତା ଉକ୍ତ ଶିଶୁ ର ସମସ୍ତ ଚିକିତ୍ସା ଦାଇତ୍ଵ ନେଇଥିବା ବେଳେ ଏ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।