Odiapua.com

ଛେନାପଦିରେ ୨୦୦ଜଣଙ୍କୁ ଦିଆଗଲା କରୋନା ଟୀକା

ହାଟଡ଼ିହି, ୬ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଆଜି ହାଟଡିହି ବ୍ଲକ ଶାସଙ୍ଗ ପଞ୍ଚାୟତ ଛେନାପଦି ୟୁଜିୟୁପି ସ୍କୁଲ ପରିସରରେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟୀକାକରଣ ଶିବିର କରାଯାଇ ୨୦୦ଜଣଙ୍କୁ କରୋନା ଟୀକା ଦିଆଯାଇଛି । ଶାସଙ୍ଗ ପଞ୍ଚାୟତରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ରୋକିବାପାଇଁ ପଞ୍ଚାୟତ ପକ୍ଷରୁ ସଚେତନତା କରାଯିବା ସହ ବିଭିନ୍ନ ଗ୍ରାମରେ କରୋନା ଟେଷ୍ଟିଂ ମଧ୍ୟ କରାଯାଇଥିଲା । ଜିଲ୍ଲା ବିଜେଡିର ପୁର୍ବତନ ସଭାପତି ତଥା ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳଙ୍କ ଉଦ୍ୟମ କ୍ରମେ ଛେନାପଦି ସ୍ୱାସ୍ଥ୍ୟ ଉପକେନ୍ଦ୍ର ସୌଜନ୍ୟରେ ଆଜି ଏଠାରେ ଶିବିର କରାଯାଇ ଟୀକାକରଣ କରାଯାଇଥିଲା । ଏଥିରେ ମହିଳା ସ୍ୱାସ୍ଥ୍ୟକର୍ମୀ ସାସ୍ୱତୀ ପ୍ରୀୟଦର୍ଶନୀ ନାୟକ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ବିଶ୍ୱକେଶନ ଦାସ, ସହକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ଟୁକୁନୁ ଯେନା, ଭେକ୍ଟିନେଟର ମୋନାଲୀସା ଘଡେଇ, ଡିଇଓ ସୁପ୍ରଭା ବଳ, ଅଙ୍ଗନବାଡି କର୍ମୀ ମମତାମୟୀ ବେହେରା, ଆଶାକର୍ମୀ ଅପର୍ଣ୍ଣା ବେହେରା ପ୍ରମୁଖ ଯୋଗଦେଇ ୨୦୦ଜଣଙ୍କୁ ଟୀକା ଦେଇଥିଲେ । କମ ସଂଖ୍ୟକ ଟୀକା ଥିବାବେଳେ ବହୁ ଅଧିକ ଲୋକ ରୁଣ୍ଡିଭୁତ ହେବାରୁ ସରପଞ୍ଚ ବିମ୍ବାଧର ବିଶ୍ୱାଳ ନିଜେ ଉପସ୍ଥିତ ରହି ଲୋକମାନେ କିପରି ସୁରୁଖୁରୁରେ ଟୀକା ନେଇପାରିବେ ତାହାର ସୁବ୍ୟବସ୍ଥା କରାଇଥିଲେ ।